ଅନ୍ତର୍ଜାତୀୟ
ନିଜ ସ୍ବାସ୍ଥ୍ୟକୁ ଉନ୍ନତ କରିବାକୁ ଯାଇ ଜାପାନରେ କେତେକ ଲୋକ ପ୍ରାଣ ହରାଇଛନ୍ତି
ନିଜ ସ୍ବାସ୍ଥ୍ୟକୁ ଉନ୍ନତ କରିବାକୁ ଯାଇ ଜାପାନରେ କେତେକ ଲୋକ ପ୍ରାଣ ହରାଇଛନ୍ତି। ଜାପାନରେ ସ୍ବାସ୍ଥ୍ୟ ବର୍ଦ୍ଧକ ଟନିକ୍ ପିଇ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି ।
ତେବେ ଏହି ଘଟଣା ପରେ ଉକ୍ତ ଟନିକକୁ ବଜାରରୁ ପ୍ରତ୍ୟାହାର କରିବା ଆରମ୍ଭ ହୋଇଛି । ଓସାକାସ୍ଥିତ କୋବାୟାସି ଫାର୍ମାସ୍ୟୁଟିକାଲ୍ କମ୍ପାନି ଜାନୁଆରି ପ୍ରାରମ୍ଭରେ ଏହି ଉତ୍ପାଦଗୁଡ଼ିକର ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲା ବୋଲି ଅଭିଯୋଗ ହୋଇଛି।