ବଲିଉଡ ଅଭିନେତା ସଲମାନ ଖାନଙ୍କୁ ତାଙ୍କ ଘରକୁ ଯାଇ ଭେଟିଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଦୁଇ ଦିନ ତଳେ ସଲମାନଙ୍କ ବାନ୍ଦ୍ରା ସ୍ଥିତି ବାସଭବନ ବାହାରେ ୨ ଜଣ ବ୍ୟକ୍ତି ୫ ରାଉଣ୍ତ ଗୁଳି ମାଡ଼ କରିଥିଲେ।
ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ସଲମାନଙ୍କ ସୁରକ୍ଷା ବଢ଼ାଇଥିଲେ ସରକାର। ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ସଲମାନଙ୍କ ଘରେ ପହଞ୍ଚି ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି।