ବିଜ୍ଞାନ ଓ ପ୍ରଯୁକ୍ତି

ହକି ବିଶ୍ୱକପ ପାଇଁ ଟ୍ରାଫିକ ପରିଚାଳନାରେ ରହିବେ ୨୦ ପ୍ଲାଟୁନ ଫୋର୍ସ

 ଭୁବନେଶ୍ୱର, ୨୭/୧୨/୨୦୨୨-   ଆସନ୍ତା ହକି ବିଶ୍ୱକପରେ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ମୋଟ ୨୦ ପ୍ଲାଟୁନ ଫୋର୍ସ ଦାୟିତ୍ଵରେ ରହିବେ । ୫ ଜଣ DSPଙ୍କ ଅଧୀନରେ ୧୮ S.I, ୧୫ ଜଣ ASI ନିୟୋଜିତ ରହିବେ। ୫ ଜଣ DSPଙ୍କୁ ବିଭିନ୍ନ ଏରିଆରେ ନିୟୋଜିତ କରାଯିବ । ବର୍ତ୍ତମାନ ସେମାନେ ବିଏମସି ଏଭିକ୍ସନ ଟିମ ଟ୍ରାଫିକ ସହିତ ରହିଛନ୍ତି । ଟ୍ରାଫିକ ପାଇଁ ଏକ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। କୌଣସି ସ୍ଥାନରେ ବେଆଇନ ପାର୍କିଂ, ବେଆଇନ ଭେଣ୍ଡିଂ, ଟ୍ରାଫିକ ସମସ୍ୟା ନ ଉପୁଜିବ ସେ ନେଇ ବ୍ୟବସ୍ଥା କରାଯାଇଛି । ଆଡ଼ିସିନାଲ ସିପି ଟ୍ରାଫିକ ମ୍ୟାନେଜମେଣ୍ଟର ଦାୟିତ୍ୱ ନେଇଛନ୍ତି।

ସେହିଭଳି ଗୋଟିଏ ମିଡିଆ ସେଲର ମଧ୍ୟ ବ୍ୟବସ୍ଥା ହୋଇଛି । ସୋସିଆଲ ମିଡିଆ ଜରିଆରେ ମଧ୍ୟ ଲୋକେ ନିଜ ଅସୁବିଧା ଜଣାଇ ପାରିବେ । କୌଣସି ସ୍ଥାନରେ ଅସୁବିଧା ହେଲେ ନିକଟସ୍ଥ ଥାନାକୁ ଯୋଗାଯୋଗ କରାଯାଉଛି । ଟୋଇଁ ଭେହିକିଲ ସହାୟତାରେ ରାସ୍ତାରୁ ଜବରଦଖଲ ଉଠାଯାଉଛି । ଟ୍ରାଫିକ ୨ରେ ମଧ୍ୟ ୪ଟି ଏନଫୋର୍ସମେଣ୍ଟ ଟିମ ରହିଛି । ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯିବ । ପ୍ରତି ଟିମକୁ ପାଇଲଟ ପ୍ରୋଟେକ୍ସନ ଦିଆଯିବ ।

ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଖେଳାଳି ଯିବାବେଳେ ସମସ୍ତ ଟ୍ରାଫିକ ବ୍ୟବସ୍ଥାର ଅନୁଶୀଳନ କରାଯାଇଛି । ବିଶ୍ୱକପ ପୂର୍ବରୁ ୭ ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି । ଲୋକଙ୍କ ଯିବା ଆସିବା ପାଇଁ ସମସ୍ୟା ଉପୁଜିବ ନାହିଁ, କାରଣ ଯାହା ସମସ୍ୟା ଥିବ ପୂର୍ବରୁ ପବ୍ଲିକ ନୋଟିସ ଓ ସୋସିଆଲ ମିଡିଆ ସହାୟତାରେ ଏ ସମ୍ପର୍କରେ ଜଣାଯିବ ବୋଲି ଟ୍ରାଫିକ ଡିସିପି ଠାକୁର ପାତ୍ର ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com