ଅନ୍ତର୍ଜାତୀୟ
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୁଙ୍କ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୁଙ୍କ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ । ଏହାକୁ ନେଇ ତୀବ୍ର ବିରୋଧ କରିଛି ଭାରତ । କାନାଡାର ଡେପୁଟି ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ ।
ଏହି ଘଟଣା ଭାରତ-କାନାଡା ସମ୍ପର୍କରେ ପ୍ରଭାବ ପକାଇବ ବୋଲି କହିଛି ଭାରତ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି କାନାଡାରେ ଘଟିଥିବା ଏହି ଘଟଣା ବିଚ୍ଛିନ୍ନତାବାଦ, ଆତଙ୍କବାଦ ଓ ହିଂସାକୁ ପ୍ରୋତ୍ସାହିତ କରିବ ।