ଜାତୀୟ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଭିତରେ ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ଭିତରେ ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ରାଜ୍ୟସଭା ସାଂସଦ ସ୍ୱାତୀଙ୍କୁ ମିଛେଇ ପ୍ରମାଣିତ କରିବାକୁ ଆପ ଚେଷ୍ଟା କରିଛି।
ଦଳ ପକ୍ଷରୁ ଗୋଟିଏ ସିସିଟିଭି ଫୁଟେଜ ଜାରି କରାଯାଇଛି। ଏଥିରେ ସୁରକ୍ଷାକର୍ମୀମାନଙ୍କ ସହ କେମିତି ସ୍ୱାତୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ବାହାରୁଛନ୍ତି, ତା’ର ଦୃଶ୍ୟ ରହିଛି। ଆକ୍ରମଣ ପରେ ସ୍ୱାତୀ ଆହତ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ।