Featuredଓଡ଼ିଶାଜାତୀୟ

ରତ୍ନ ଭଣ୍ଡାରରେ ପଶିବ ସିବିଆଇ!

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠିଲା ଦାବି । ୨ଟି ତାଲାରେ ନଥିଲା ସିଲ୍ l

ପୁରୀ: ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲଯିବା ସମୟରେ ଭିତର ରତ୍ନଭଣ୍ଡାର ଦ୍ୱାରରେ ୩ଟି ତାଲା ପଡିଥିବା ତଦାରଖ କମିଟି ଦେଖିବାକୁ ପାଇଥିଲେ । ସେହି ୩ଟି ତାଲା ମଧ୍ୟରୁ ଗୋଟିଏରେ ସିଲ୍ ଥିବାବେଳେ ଦୁଇଟି ତାଲାରେ ସିଲ୍ ବା ଜଉମୁଦ ନ ଥିଲା। ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଅନୁରୋଧ କରାଯାଉ । ଏପରି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଭିତର ରତ୍ନଭଣ୍ଡାର ଅବସ୍ଥା କ’ଣ ଥିଲା ତାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ତେଣୁ ଲୋକଙ୍କ ସନ୍ଦେହକୁ ଦୂର କରିବା ସହ ସତ୍ୟ ସାମ୍ନାକୁ ଆସିବା ଦରକାର । ଏଥିପାଇଁ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ଫଳରେ କେଉଁ ମସିହାରେ ରତ୍ନଭଣ୍ଡାର ନିର୍ମାଣ ହୋଇଥିଲା, କେବେ ଖୋଲାଯାଇଥିଲା ଏ ସମ୍ପର୍କିତ ବହୁ ତଥ୍ୟ ଲୋକ ଲୋଚନକୁ ଆସିପାରିବ। ଶ୍ରୀମନ୍ଦିର କାର‌୍ୟ୍ୟା ଳୟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏପରି କହିଥିଲେ ସୁଦର୍ଶନ ।

Related Articles

Back to top button
WP Twitter Auto Publish Powered By : XYZScripts.com