Featuredଜାତୀୟ

ଚନ୍ଦ୍ରଚୁଡ଼ଙ୍କୁ ହତ୍ୟା ଧମକ l

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ କିଏ ଓ କାହିଁକି ଦେଲା ହତ୍ୟା ଧମକ l

ଭୁବନେଶ୍ୱର: ସୁପ୍ରିମକୋର୍ଟର ମୁଖ୍ୟବିଚାରପତିଙ୍କୁ ହତ୍ୟା ଧମକ । ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କୁ ଜୀବନରେ ମାରିଦେବାକୁ ଦିଆଯାଇଛି ହତ୍ୟା ଧମକ । ଏନେଇ ସୃଷ୍ଟି ହୋଇଛି ହଇଚଇ । କିଏ ଓ କାହିଁକି ଏଭଳି ଧମକ ଦେଲା, ସେନେଇ ଚାଲିଛି ଖୋଳତାଡ । ଏହାରି ଭତରେ ଜଣାପଡିଛି ଏଭଳି କାରନାମାର ମୁଖ୍ୟ କାରଣ । ତେବେ ସୁପ୍ରିମକୋର୍ଟଙ୍କ କୋଟା ଭିତରେ କୋଟା ନିଷ୍ପତ୍ତିରେ ଅସନ୍ତୋଷ ହୋଇ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଧମକ ଦେଇଛନ୍ତି । ଏହାପରେ ପୁଲିସ ସମ୍ପୃକ୍ତି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି । ତଦନ୍ତରୁ ଜଣା ପଡ଼ିଛି କି, ମଧ୍ୟପ୍ରଦେଶ ବେତୁଲର ନିବସୀ ପଙ୍କଜ ଅତୁଲକର ବ୍ୟକ୍ତି ଜଣକ ଫେସବୁକ ପୋଷ୍ଟରେ ଏହି ପୋଷ୍ଟ କରିଛି । ସୁପ୍ରିମକୋର୍ଟଙ୍କ ଏସସି-ଏସଟି କୋଟା ନିଷ୍ପତିରେ ଅସନ୍ତୋଷ ହୋଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାପତି ଚନ୍ଦ୍ରଚୁଡଙ୍କୁ ହତ୍ୟା ଧମକ ଦେଇଛି ।

ଏଠାରେ କହିରଖୁଛୁ ଯେ, ଏସସି/ଏସଟି ମଧ୍ୟରେ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଜାତି ପାଇଁ ସୁପ୍ରିମକୋର୍ଟ ସଂରକ୍ଷଣ ଭିତରେ ସବ୍‌କ୍ୟାଟେଗୋରୀ ତଥା କୋଟା ଭିତରେ କୋଟା ଅନୁମୋଦନ କରିଛନ୍ତି। ଅନେକ ରାଜନୈତିକ ଦଳ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହି ନିଷ୍ପତ୍ତି ବିଷୟରେ ଏକ ବିତର୍କ ଚାଲିଛି । କେବଳ ସେତିକି ନୁହେଁ ସେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଲୋକଙ୍କୁ ଦାସ କରିବାକୁ’ ନିଷ୍ପତ୍ତି ନେଇଛନ୍ତି, ଯାହା ସମ୍ବିଧାନର ଉଲ୍ଲଂଘନ ବୋଲି କହିଛନ୍ତି। ଅନ୍ୟପଟେ ଧମକ ଖବର ସାମ୍ନାକୁ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା କହିଛି ବେତୁଲ ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com