ଜାତୀୟ

ପାଟନାରୁ ଉଡ଼ାଣ ଭରିବା ସମୟରେ ସ୍ପାଇସ୍‌ ଜେଟ୍‌ ଲାଗିଲା ନିଆଁ; ଜରୁରି ଅବତରଣ କଲା ବିମାନ, ଦେଖନ୍ତୁ ଭିଡିଓ

ପାଟନା: ବିହାରର ରାଜଧାନୀ ପାଟନାର ବିମାନ ବନ୍ଦରରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ସ୍ପାଇସ୍‌ ଜେଟ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା। ବିମାରେ ନିଆଁ ଲାଗିବା ମାତ୍ରେ ହଟଚମଟ ସୃଷ୍ଟି ହୋଇଥିଲା। ପରେ ତୁରନ୍ତ ବିମାନକୁ ଲେଣ୍ଡିଙ୍ଗ କରାଯାଇଥିଲା ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଅଣା ଯାଇଥିଲା। ପରେ ବିମାନର ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣା ସମୟର ଗୋଟିଏ ଦୁଇଟି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆକାଶରେ ବିମାନରେ ନିଆଁ ଲାଗିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓକୁ ସ୍ଥାନୀୟ ଲୋକମାନେ ତାଙ୍କ ଘର ଛାତ ଉପରୁ ବନାଇଛନ୍ତି । ତାହେଲେ ଦେଖନ୍ତୁ ଭିଡିଓ…

ଉଲ୍ଲେଖଯୋଗ୍ୟଯେ, ରବିବାର ପାଟନାରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ସ୍ପାଇସ ଜେଟ୍‌ ବିମାନର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ଯେପରି ନିଆଁ ଲାଗିବା ବିଷୟରେ ଜଣାପଡ଼ିଥିଲା ସେତେବେଳେ ବିମାନକୁ ସୁରକ୍ଷିତ ଭାବେ ପାଟନା ଏୟାର୍‌ ପୋର୍ଟରେ ଲେଣ୍ଡିଙ୍ଗ କରାଯାଇଥିଲା। ବିମାନରେ ଥିବା ୧୮୫ ଯାତ୍ରୀଙ୍କୁ ବାହାର କରିବା ପରେ ନିଆଁକୁ ଲିଭା ଯାଇଥିଲା।

ଉଡ଼ାଣ ଭରିବାର କିଛି ସମୟ ପରେ କମ୍‌ ଉଚ୍ଚତାରେ ପକ୍ଷୀ ସହିତ ଧକ୍କା ହେବାରୁ ବିମାନରେ ନିଆଁ ଲାଗିଯାଇଥିଲା ବୋଲି କୁହାଯାଇଛି। ଏହା ଦ୍ୱାରା ବିମାନର ବାମ ପାଖ ଇଞ୍ଜୀନରେ ୩ଟି ବ୍ଲେଡ୍‌ ଭାଙ୍ଗି ଯାଇଛି। ବର୍ଡ୍‌ର ଅଧିକ ଉତ୍ତାପ ପାଇଁ ଏପରି ହେଇଥିବା ସ୍ପାଇସ୍‌ ଜେଟ୍‌ ଆନୁଷ୍ଠାନିକ ଭାବେ କହିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି।

Related Articles

Back to top button