Featuredଓଡ଼ିଶାଜାତୀୟବାଣିଜ୍ୟ

କେମିତି କଣ୍ଟ୍ରୋଲରୁ ମିଳିବ ଆଳୁ ଜଣାନ୍ତୁ l

ସରକାରଙ୍କ ବଡ଼ ଘୋଷଣା । ପ୍ରତି ପରିବାରକୁ ଯୋଗାଇବେ ଆଳୁ, ଜାଣନ୍ତୁ କେମିତି l

ଭୁବନେଶ୍ୱର: ଖାଉଟିଙ୍କ ପାଇଁ ଭଲ ଖବର । ଏଣିକି ରାଜଧାନୀ ବାସିନ୍ଦାଙ୍କୁ ୧୦୦ଟଙ୍କାରେ ୩କେଜି ଆଳୁ ମିଳିବ । ଅର୍ଥାତ ପରିବାର ପିଛା ୩ କିଲୋ ଆଳୁ ଯୋଗାଇ ଦେବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଶୁକ୍ରବାର ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି ଏଣିକି ୩୦ଟଙ୍କାରେ କେଜିଏ ଆଳୁ ଦିଆଯିବ। ଏଥିପାଇଁ ନାଫେଡ୍ ଜରିଆରେ ଆଳୁ ଆଣି କେଜି ପିଛା ୩୦ ଟଙ୍କା ଦରରେ ଯୋଗାଇବା ପାଇଁ କହିଥିଲେ ଯୋଗାଣ ମନ୍ତ୍ରୀ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲରମାନଙ୍କୁ ଆଳୁ ଦେବା ଆରମ୍ଭ କରିଛନ୍ତି । ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରିବେ। ଏଥିପାଇଁ ଆଳୁ ଭର୍ତ୍ତି ଟ୍ରକ ଆଇଗଣିଆ ଗୋଦାମରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିଛି । ଏବଂ ଯେଉଁମାନଙ୍କର ରାସର୍ନକାର୍ଡ ଅଛି ସେମାନେ କାର୍ଡ ଦେଖାଇ ଆଳୁ ନେବା ବେଳେ ଅଣରାସର୍ନକାର୍ଡଧାରୀ ମଧ୍ୟ ଏହାର ଲାଭ ନେଇପାରିବେ ।

ଏପଟେ ସରକାରଙ୍କ ଘୋଷଣା ପରେ ସରକାରୀ ଖୁଚରା ବିକ୍ରିୟ କେନ୍ଦ୍ରରୁ ଆଳୁ ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି। ଏବେ ରାଜ୍ୟରେ ଆଳୁ ଦର ତଳମୁହାଁ ହେଉନଥିବାରୁ ଏହାକୁ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର । ତେବେ ଏନେଇ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଲୋକଙ୍କୁ ୩୦ ଟଙ୍କା ଦରରେ ଆଳୁ ଦିଆଯିବ । ଏଥିପାଇଁ ପ୍ରଥମ ପର୍ୟ୍ୟାୟରେ ତିନିଶହ ମେଟ୍ରିକ ଟନ୍ ଆଳୁ ନାଫେଡ୍ ଜରିଆରେ ଅର୍ଡର କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ପ୍ରଦାନ କରାଯାଇଛି। ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସର୍ବସାଧାରଣ ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ବିକିବେ । ଦୀର୍ଘ ଦିନ ହେବ ରାଜ୍ୟରେ ଆଳୁ ସଙ୍କଟ ଦେଖିବାକୁ ମିଳିଥିବା ବେଳେ ଆଜିଠାରୁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com