ଜାତୀୟରାଜନୀତି

ବିଜେପି ନେତାଙ୍କୁ ହତ୍ୟା

ସର୍ବ ସମ୍ମୁଖରେ ବିଚ୍ ରାସ୍ତାରେ ବିଜେପି ନେତାଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଫେରାର ।

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ – ଦିନକୁ ଦିନ ବଢୁଛି ଆତଙ୍କରାଜ । ଫଳରେ ଅସୁରିକ୍ଷିତ ହୋଇପଡିଲାଣି ସହର । ସବୁଠୁ ବଡ କଥା ଦୁର୍ବୃତ୍ତଙ୍କ ଶିକାର ହେଉଛନ୍ତି ନେତା । କେତେବେଳେ ସ୍ପଷ୍ଟ ଦିବା ଲୋକରେ ନେତାଙ୍କୁ ହଣା ଯାଉଛି ତ ଆଉ କେତେବେଳେ ସର୍ବ ସମ୍ମୁଖରେ ବିଚ୍ ରାସ୍ତାରେ ନେତାଙ୍କୁ ଗୁଳିମାଡ ହେଉଛି । ଏମିତି ଏକ ଘଟଣା ପୁଣି ଘଟିଛି ବିହାରରେ ରାଜଧାନୀ ପାଟନାରେ । ଲୋକଙ୍କ ସାମ୍ନାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଦୁଗ୍ଧ ବୁଥ ଅପରେଟର ତାଙ୍କୁ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଆଲାମଗଞ୍ଜ ପୋଲିସ ଷ୍ଟେଶନ ପରିସରର ବଜରଙ୍ଗପୁରୀ କେନାଲ ନିକଟ ରାସ୍ତା ମଝିରେ ଏହି ହତ୍ୟାକାଣ୍ଡ ଘଟିଛି। ୫୦ ବର୍ଷୀୟ ବିଜେପି ନେତା ଅଜୟ ଶାହାଙ୍କୁ ହତ୍ୟା କରାଯାଇଛି । କିନ୍ତୁ ଏହାର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ଅଜୟଙ୍କ ଉପରକୁ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାଟନା ସିଟି ଏଏସପି ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି । ତେବେ ଗୁଳିମାଡ ଯୋଗୁ ଅଜୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ହେଲେ ସେଠାରେ ଅଜୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଅନ୍ୟପଟେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଆଖପାଖର ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ କରୁଛନ୍ତି ପୋଲିସ ଅଧିକାରୀ । ତେବେ ମୃତ ଅଜୟ ଶାହା ଆରମ୍ଭରୁ ବିଜେପିର ଜଣେ ସକ୍ରିୟ ନେତା ଥିଲେ । ବଜରଙ୍ଗ ମଣ୍ଡଳର ସଭାପତି ଥିଲେ । ବର୍ତ୍ତମାନ ସେ ବିଜେପିର ପାଟନା ଜିଲା ସାଧାରଣ ସମ୍ପାଦକ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com