ଓଡ଼ିଶାରାଜନୀତି

ଓଡ଼ିଶା ପାଇଲା ନୂଆ ଡିଜିପି-ୱା.ବି ଖୁରାନିଆଙ୍କୁ ଦାୟିତ୍ୱ,

ଭୁବନେଶ୍ୱର: ସତ ହେଲା ମୋବାଇଲ ନୁ୍ୟଜ ୨୪.୭ ର ଆକଳନ । ଘଟିଲା ଚର୍ଚ୍ଚାର ଅବସାନ । ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୂଆ ପୋଲିସ ଡିଜି । ୧୯୯୦ ବ୍ୟାଚ୍ ଏହି ଆଇପିଏସ୍ ଅଧିକାରୀ ପରବର୍ତ୍ତୀ ଓଡିଶା ଡିଜିପି ହେବାକୁ ଯାଉଛନ୍ତି । ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଏନେଇ ପୂର୍ବରୁ ମଧ୍ୟ ଆମେ କରିଥିଲୁ ଖବର ପ୍ରସାରଣ । ଯେଉଁଥିରେ କହିଥିଲୁ କି ଖୁରାନିଆ ହେବେ ଡିଜିପି । କାରଣ ରେସରେ ଆହୁରି ୩ଜଣ ଥିଲେ ମଧ୍ୟ ଖୁରାନିଆଙ୍କ ଉପରେ ମୋହର ବାଜିବାର ରହିଥିଲା ଅଧିକ ସମ୍ଭାବନା । ଏହାର ଆଉ ଏକ କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଳେ ଖୁରାନିଆଙ୍କୁ ଭେଟିବା । ଯାହା ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଥିଲା । ତେବେ ଏହି ସସପେନ୍ସ ଉପରୁ ଏବେ ହଟିଛି ପରଦା । ଆଉ ଆଜି ସତ ହୋଇଛି ଆମ ଆକଳନ ।

ସେପଟେ ଓଡ଼ିଶା କ୍ୟାଡର ଅଫିସର ୱା.ବି ଖୁରାନିଆ ପୂର୍ବରୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ୟ୍ୟ କରିଛନ୍ତି । ପଦୋନ୍ନତି ପାଇ ସେ ଭୁବନେଶ୍ୱର ରେଞ୍ଜ, ସାଉଥ ରେଞ୍ଜ ବ୍ରହ୍ମପୁର ଏବଂ ନର୍ଥ ରେଞ୍ଜ ସମ୍ବଲପୁର ଡିଆଇଜି/ଆଇଜି ଭାବେ ନିଯୁକ୍ତି ପାଇଥିଲେ । ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ । ଏଥିସହ କେନ୍ଦ୍ରକୁ ଯାଇ ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି ଦାୟିତ୍ବରେ ଥିଲେ ।

ଏହା ପୂର୍ବରୁ ସେ ନୂଆଦିଲ୍ଲୀ ବିଏସଏଫ ମୁଖ୍ୟାଳୟରେ ସ୍ପେଶିଆଲ ଡାଇରେକ୍ଟର ଜେନେରାଲ (ଅପରେସନ) ଦାୟିତ୍ୱରେ ଥିଲେ । ଏହା ବ୍ୟତୀତ ଖୁରାନିଆ ତାଙ୍କର ସାହାସ, ସେବା ଓ କର୍ତ୍ତବ୍ୟ ପାଇଁ ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ତେବେ ଅଗଷ୍ଟ ୨ରେ କ୍ୟାବିନେଟ୍ କମିଟି ଶ୍ରୀ ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଆଣିଥିଲା । କହିରଖୁଛୁ ଯେ, ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com