ଜାତୀୟରାଜନୀତି

ଗୋଆରେ ସରକାର ଗଢିବ ବିଜେପି: ସମର୍ଥନ ଜାହିର କଲେ ଦୁଇ ସ୍ୱାଧୀନ ପ୍ରାର୍ଥୀ

ନୂଆଦିଲ୍ଳୀ : ପୁଣି ଥରେ ଗୋଆରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଗୋଆରେ ବିଜେପି ବର୍ତ୍ତମାନ ସୁଦ୍ଧା ୧୯ ଆସନରେ ଅଗ୍ରଣୀ ରହିଥିବା ବେଳେ ଦୁଇ ଜଣ ସ୍ୱାଧୀନ ବିଧାୟକ ବିଜେପି ପ୍ରତି ସମର୍ଥନ ଜାହିର କରିଛନ୍ତି । ୪୦ ଆସନ ବିଶିଷ୍ଟ ଗୋଆରେ ସରକାର ଗଠନ ପାଇଁ ୨୧ ଟି ଆସନର ଆବଶ୍ୟକତା ଥାଏ । ବିଜେପି ବର୍ତ୍ତମାନ ସୁଦ୍ଧା ୧୯ ଆସନରେ ଅଗ୍ରଣୀ ହାସଲ କରିଥିବା ବେଳେ ଦୁଇ ଜଣ ସ୍ୱାଧୀନ ସଦସ୍ୟ ମାନୁଏଲ୍ ଭାଜ୍ ଓ ଆଲେକ୍ୱିଓ ରିଗିନାଲ୍ଡୋ ବିଜେପି ପ୍ରତି ନିଜର ସମର୍ଥନ ଜାହିର କରିଛନ୍ତି ।
ପ୍ରମୋଦ ସାୱନ୍ତଙ୍କୁ ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି । ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଥିବା ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିଜେପି ୧୯ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୧୨ଟି ସିଟରେ ଆଗୁଆ ରହିଛି। ଟିଏମସି ଓ ଏମଜିପି ମେଣ୍ଟ ୩, ଆପ୍ ୨ ଏବଂ ଅନ୍ୟ ୪ ସିଟରେ ଅଗ୍ରଣୀ ହାସଲ କରିଛନ୍ତି। ଟ୍ରେଣ୍ଡ ଯଦି ଏମିତି ଜାରି ରହେ ତେବେ ଗୋଆରେ ଝୁଲା ସରକାର ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ। ୪୦ ବିଧାନସଭା ବିଶିଷ୍ଟ ଗୋଆରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଦରକାର ୨୧ ସିଟ୍। ବିଜେପି ଯଦିଓ ୧୯ ସିଟରେ ଆଗୁଆ ରହିଛି, ଦଳ ବହୁମତ ପାଇବ କି ନାହିଁ ତାହା ଗଣତି ସରିବା ପରେ ଜଣା ପଡିବ। କିନ୍ତୁ ଆଞ୍ଚଳିକ ଦଳଗୁଡିକର ସରକାର ଗଠନରେ ପ୍ରମୁଖ ଭୂମିକା ରହିବ। ସେପଟେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ଆଗରେ ରହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com