ଓଡ଼ିଶାରାଜନୀତି

ରାଜ୍ୟ କଂଗ୍ରେସରେ କମ୍ପନ-କମିଟି ଖୋଜିବ ପିସିସି ସଭାପତି,

ଭୁବନେଶ୍ୱର:  କଂଗ୍ରେସରେ ଘଟୁଛି ନୂଆ ନୂଆ ଘଟଣା । ପିସିସି ଭଙ୍ଗ ହେବା ପରେ ଏବେ ଦେଖିବାକୁ ମିଳିଛି ନୂଆ ଟ୍ରେଣ୍ଡ । କାରଣ ଓଡିଶା ପାଇଁ ଘୋଷଣା ହୋଇଛି ଷ୍ଟିୟରିଂ କମିଟି । ଏଆଇସିସି ସବାପତିଙ୍କ ଅନୁମୋଦନ କ୍ରମେ ଏହି କମିଟି ଗଠନ ହୋଇଛି । ଯେଉଁଥିରେ ରହଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର, ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡମା, ଜୟଦେବ ଜେନା, ସପ୍ତଗିରି ଉଲ୍ଲାକା, ଅଶୋକ ଦାସ, ଭକ୍ତଚରଣ ଦାସ, ଅନନ୍ତ ସେଠୀ, ମହମ୍ମଦ ମୋକିମ୍, ଦେବାଶିଷ ପଟ୍ଟନାୟକ, ବିଶ୍ବରଂଜନ ମହାନ୍ତି, ବଳଭଦ୍ର ମାଝି, ସସ୍ମିତା ବେହେରା ଓ ମହମ୍ମଦ ସହାନୱାଜ ଚୌଧୁରୀ ରହିଛନ୍ତି ।

ତେବେ କମିଟିରୁ ବାଦ ପଡିଛନ୍ତି ବହୁ ଭେଟେରାନ । ଅର୍ଥାତ୍ କମିଟିରେ ନାହିଁ ବରିଷ୍ଠ ନେତାଙ୍କ ନାଁ । ଯାହାକୁ ନେଇ କଂଗ୍ରେସରେ ସୃଷ୍ଟି ହୋଇଛି କମ୍ପନ । ଏହି ଷ୍ଟିୟରିଂ କମିଟି ତାଲିକାକୁ ନେଇ ଉଠିଛି ଝଡ । ଏପରିକି ପୂର୍ବତନ ପିସିସି ସଭାପତିଙ୍କୁ ବାଦ ଦେବା ଘଟଣାକୁ ସହଜରେ ହଜମ କରି ପାରିନାହାନ୍ତି ବରିଷ୍ଠ କଂଗ୍ରେସ ନେତା । ସେ କହିଛନ୍ତି ସ୍ଥାନ ମିଳିନଥିଲେ ମଧ୍ୟ ସେମାନଙ୍କ ସହଯୋଗ ଲୋଡିବା ଉଚିତ ।

ଅନ୍ୟପଟେ ଚର୍ଚ୍ଚା କି ପିସିସି ସଭାପତି ନୁହେଁ ବରଂ ମିଳିତ ନେତୃତ୍ବ ହାତରେ ପରିଚାଳିତ ହେବ କଂଗ୍ରେସ । ତେବେ ଏହି ଷ୍ଟିୟରିଂ କମିଟି କେମିତି କାମ କରିବ? ଯାହା କୁହାଯାଉଛି ଷ୍ଟିୟରିଂ କମିଟି ଗ୍ରାଉଣ୍ଡକୁ ଯିବ । ପଞ୍ଚାୟତ,ବ୍ଲକ, ଜିଲ୍ଲା ଯାଇ ଯୁବ,ମହିଳା ଓ ବୁଦ୍ଧିଜୀବୀଙ୍କ ମତ ନେବ । ଗ୍ରାଉଣ୍ଡରେ ଲୋକଙ୍କ ମତ ଆଧାରରେ ଇଓଉଉକୁ ରିପୋର୍ଟ ଦେବ ।

ଆସନ୍ତା ୨୧ରେ କମିଟିର ପ୍ରଥମ ବୈଠକରେ ପ୍ରସ୍ତୁତ ହେବ ରଣନୀତି। ଏବଂ ୨୨ ତାରିଖରେ କଂଗ୍ରେସ ଷ୍ଟିଅରିଂ କମିଟି ଝଋଈଓ ମାମଲାରେ ଓଡ଼ିଶାରେ ଇଡ଼ି ଅଫିସ ଘେରାଉ କରି ପ୍ରଥମ ଶକ୍ତି ପ୍ରଦର୍ଶନ କରିବ । ହେଲେ କମିଟି କିଭଳି କାମ କରୁଛି ତାହା ଉପରେ ନଜର ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com