ଜାତୀୟରାଜନୀତି

୨ ମାସର ଅଜ୍ଞାତ ବାସ ପରେ ଚର୍ଚ୍ଚାରେ ସ୍ମୃତି ଇରାନି-ଏମିତି ଥଇଥାନ କଲା ବିଜେପି,

ଉତ୍ତର ପ୍ରଦେଶ: ବିଜେପିର କଥା କୁହା ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି । ୨୦୨୪ ଲୋକସଭା ନିର୍ବାଚନ ହାରିବାପରେ ଅଜ୍ଞାତ ବାସରେ ରହିବା ଭଳି କାଁ ଭାଁ ନଜରକୁ ଆସୁଛନ୍ତି । ନିର୍ବାଚନୀ ଫଳକୁ ୨ ମାସରୁ ଅଧିକ ସମୟ ବିତିଯାଇଥିଲେ ସ୍ମୃତି ଆଗ ଭଳି ସେତେ ଆକ୍ଟିଭ୍ ହେଉନାହାନ୍ତି ।

ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ବହୁ ଥର ଟ୍ରୋଲ ହେବାକୁ ବି ପଡିଛି । ଏବେ କିନ୍ତୁ ସ୍ମୃତିଙ୍କୁ ନେଇ ଆରମ୍ଭ ହୋଇଛି ବଡ ଚର୍ଚ୍ଚା । ଯାହା କୁହାଯାଉଛି ରାଜ୍ୟସଭା ଯିବେ ସ୍ମୃତି ଇରାନି । ମହାରାଷ୍ଟ୍ରରୁ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ଚିନ୍ତା କରୁଛନ୍ତି । ନିକଟରେ ଦିଲ୍ଲୀରେ ଅମିତ ଶାହଙ୍କୁ ସେ ଭେଟିବା ପରେ ଏହି ଚର୍ଚ୍ଚା ଆହୁରି ବଢିଛି ।

ଏପରିକି ହେବାକୁଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରରେ ସ୍ମୃତି ମୁଖ୍ୟ ଭୂମିକା ନେବେ । ତେଣୁ ବିଜେପି ତାଙ୍କୁ ଅଜ୍ଞାତ ବାସରୁ ଆଣି ଥଇଥାନ କରୁଥିବା କୁହାଯାଉଛି । ସ୍ମୃତି ଫାୟାର ବ୍ରିଡିଂ ଲେଡି ହୋଇଥିବାରୁ  ମହାରଷ୍ଟ୍ରରେ ବିଜେପିକୁ ଅଧିକ ଫାଇଦା ମିଳିବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ତେବେ ଏହା କେତେ ସତ ହେଉଛି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com