ଜାତୀୟରାଜନୀତି

21ରେ ଭାରତ ବନ୍ଦ, Sc-St- କ୍ରିମି ଲେୟାର ଲାଗୁ ନେଇ ତେଜିଲା ରାଜନୀତି

ନୂଆ ଦିଲ୍ଲୀ: ଦେଶରେ ବର୍ତ୍ତମାନ ସଂରକ୍ଷିତ ଜାତି ଏବଂ ଜନଜାତିକୁ ନେଇ ଅସନ୍ତୋଷ ଦେଖାଦେଇଛି l କାରଣ ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମ୍‌କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଏହାକୁ ନେଇ ୨୧ ଅଗଷ୍ଟ ଅର୍ଥାତ କାଲି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ଭାରତ ବନ୍ଦ ଡାକରା ଦେଇଛି। ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କିଛି ଦଳିତ ସଂଗଠନ ।

ଏହାଛଡ଼ା ସମାଜବାଦୀ ପାର୍ଟି ମଧ୍ୟ ଏହାକୁ ସମର୍ଥନ କରିଛି । ପୋଲିସକୁ ଏନେଇ ସତର୍କ କରାଯାଇଛି । କିଛିଦିନ ତଳେ ସୁପ୍ରିମ୍‌କୋର୍ଟ ଏସ୍‌-ଏସ୍‌ଟି ଆରକ୍ଷଣରେ କ୍ରିମି ଲେୟlର କରିବାକୁ ଅନୁମତି ଦିଆଯାଇଛି ।

କୋର୍ଟ ଏ ନେଇ କହିଥିଲେ ଯେ, ଯେଉଁମାନଙ୍କୁ ବାସ୍ତବରେ ଏହି ଆରକ୍ଷଣର ଆବଶ୍ୟକତା ଅଛି ସେମାନଙ୍କୁ ପ୍ରଥମିକତା ଦେବା ମିଳିବା ଜରୁରୀ । ଯାହାକୁ ବିରୋଧ କରୁଛନ୍ତି କିଛି ଦଳ । ଭାରତ ବନ୍ଦ ଡାକରା ଦେଇଥିବା ଦଳ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଦାବି କରିଛି ।

ଭରତ ବନ୍ଦ ସମୟରେ କ’ଣ ବନ୍ଦ ରହିବ?

ଭାରତ ବନ୍ଦ ସମୟରେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ତେବେ ଭାରତ ବନ୍ଦ ସମୟରେ ଏହା ସାଧାରଣ ପରିବହନ ସେବା ଉପରେ ପ୍ରଭାବ ପକାଇପାରେ । କେତେକ ସ୍ଥାନରେ ଘରୋଇ କାର୍ଯ୍ୟାଳୟ ବନ୍ଦ ହୋଇପାରେ ।

ସେହିଭଳି ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ। ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ନେଇ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଦେଶ ଆସିନାହିଁ। ତେଣୁ ବୁଧବାର ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସମ୍ଭାବନା ରହିଛି । ତେବେ ଏହି ଆନ୍ଦୋଳନର ପ୍ରଭାବ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କେତେ ପ୍ରଭାବ ପକାଉଛି ତାହା ଆଗକୁ ଜଣାପଡ଼ିବ l

Related Articles

Back to top button
WP Twitter Auto Publish Powered By : XYZScripts.com