ଓଡ଼ିଶାରାଜନୀତି

ବିଧାନସଭାରେ ବିଧାୟକଙ୍କୁ ଗୁରୁମନ୍ତ୍ରୀ ଦେଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ-କହିଲେ…

ଭୁବନେଶ୍ୱର: ଜଣେ ବିଧାୟକ କିମ୍ବା ସାଂସଦଙ୍କୁ ଉତ୍ତମ ଆଚରଣ ଏବଂ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ଆହରଣ କରିବାର ଆବଶ୍ୟକତା ରହିଛି । ଏହା ହିଁ ସେମାନଙ୍କର ପ୍ରଦର୍ଶନକୁ ପ୍ରଭାବଶାଳୀ କରାଇବାରେ ସହାୟକ ହେବ। ଗୃହରେ ହଙ୍ଗାମା କରି କିଛି ସମୟ ପାଇଁ ଖବରରେ ରହିଲେ କ୍ୟାରିୟରରେ ଏହା ସହାୟକ ହେବନି ।

ସପ୍ତଦଶ ବିଧାନସଭାର ନୂତନ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ଅବସରରେ ଏପରି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ସେହିପରି ବିରୋଧୀଙ୍କ ସହ ତାଳମେଳ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ରିଜିଜୁ । ଏହା ବ୍ୟତୀତ ବିଧାୟକମାନଙ୍କୁ ଶୃଙ୍ଖଳା, ସଂଯମତା ଓ କଠିନ ପରିଶ୍ରମ କରିବା ସହ ଗୃହର ମର୍ୟ୍ୟାଦା ବଜାୟ ରଖିବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ନବ ନିର୍ବାଚିତ ବିଧାୟକଙ୍କୁ କିଛି ଶିଖାଇବା ପାଇଁ ନୁହେଁ ବରଂ ସଂସଦରେ ଜଣେ ସଦସ୍ୟ ଭାବେ ନିଜର ଅଭିଜ୍ଞତା ବାଣ୍ଟୁଥିବା କହିଥିଲେ କରିଣ ରିଜିଜୁ । ତେବେ ବିଭିନ୍ନ ଦଳର ବରିଷ୍ଠ ନେତାଙ୍କୁ ନେଇ ଆୟୋଜିତ ୨ ଦିନିଆ ପ୍ରଶିକ୍ଷଣ ଶେଷ ଥିଲେ ମଧ୍ୟ ବିରୋଧୀ କଂଗ୍ରେସ ଏବଂ ବିଜେଡି ଏଥିରେ ଅନୁପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com