Uncategorizedଅନ୍ତର୍ଜାତୀୟଜାତୀୟ

ରାହୁଲ ଗାନ୍ଧିଙ୍କୁ ଡେଟ୍ କରିଥିଲେ କି ଏହି ଅଭିନେତ୍ରୀ? କଣ କହିଥିଲେ ବେବୋ, ଦେଖନ୍ତୁ

ନୂଆ ଦିଲ୍ଲୀ: ବଲିଉଡ ସହ ରାଜନେତାଙ୍କ ସଂପର୍କ ବହୁ ଆଗରୁ ରହି ଆସିଛି । ଅନେକ ଅଭିନେତ୍ରୀ ଅନେକ ନେତାଙ୍କୁ ମଧ୍ୟ ବିବାହ କରିଛନ୍ତି । ଏହିଭଳି ଅଭିନେତା ସୈଫ ଅଲ୍ଲୀ ଖାନ ନୁହେଁ ବରଂ ରାହୁଲ ଗାନ୍ଧିଙ୍କୁ ଚାହୁଁଥିଲେ କରୀନା ବଲିଉଡର ବେବୋ ।

ଥରେ ତାଙ୍କ ସହ ଡେଟିଂରେ ଯିବାକୁ ମନ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କଣ ଏହି ପୁରା ମସଲା, ଆସନ୍ତୁ ନଜର ପକାଇବା ।

କରୀନା କପୁର ବଲିଉଡର ଟପ ଅଦାକାର ଅଭିନେତ୍ରୀଙ୍କ ମଧ୍ୟରେ ଜଣେ । ଯାହାକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବହୁ ଯୁବତୀଙ୍କ ପସନ୍ଦର ପୁରୁଷ ଅଟନ୍ତି ।

କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ରାହୁଲ ଗାନ୍ଧୀଙ୍କୁ ଖୁବ୍‌ ପସନ୍ଦ କରନ୍ତି । ଏକ ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଛନ୍ତି । ଏଥିରେ ସେ କହିଛନ୍ତି ରାହୁଲଙ୍କ ସହ ସେ ଡେଟ୍‌ରେ ଯିବାକୁ ଚାହାନ୍ତି । ଆଉ ତାଙ୍କୁ ଭଲ ଭାବରେ ଜାଣିବାକୁ ଚାହାନ୍ତି । ସେ ରାହୁଲଙ୍କ ବଡ଼ ପ୍ରଶଂସକ ଅଟନ୍ତି ।

ତେବେ କହିରଖୁଛୁ ଯେ, ବେବୋଙ୍କ ଏହି ସାକ୍ଷାତାକାର ବହୁତ ପୁରୁଣା । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସେ ଏହି ସାକ୍ଷାତାକର ଦେବା ସମୟରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରି ନ ଥିଲେ । ଆଉ ରାହୁଲ ଗାନ୍ଧି ତାଙ୍କର କ୍ରସ ବୋଲି କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com