ଓଡ଼ିଶାଜାତୀୟ

୧୫୬ଟି ଏଫଡିସି ଔଷଧକୁ ବ୍ୟାନ: ମେଡ଼ିକାଲ ଷ୍ଟୋରରେ ଆଉ ବିକ୍ରି ହେବନି ଏହି ଔଷଧ, କାହିଁକି ଜଣାନ୍ତୁ,

ନୂଆ ଦିଲ୍ଲୀ: ୧୫୬ଟି ଏଫଡିସି ଔଷଧକୁ ବ୍ୟାନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ। ଅନେକ ହେଲା ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କାର୍ଯ୍ୟ କରୁଥିଲେ। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପୁଣି ଥରେ ଏହି ଚୟନିତ ଏବଂ ଅତ୍ୟନ୍ତ ଲୋକପ୍ରିୟ ଔଷଧ ଉପରେ ଲଗାମ ଲଗାଯାଇଛି।

ଏଫଡିସି ହେଉଛି ଏକ ଔଷଧ ଯାହା ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଦୁଇ କିମ୍ବା ଅଧିକ ଔଷଧର ରାସାୟନିକ ମିଶ୍ରଣ କରି ତିଆରି କରାଯାଏ। ଏଭଳି ଔଷଧ ଏବେ ଦେଶରେ ବହୁ ମାତ୍ରାରେ ବ୍ୟବହୃତ ହେଉଛି। ସାଧାରଣ କଥାବାର୍ତ୍ତାରେ ଏହାକୁ କକଟେଲ ଔଷଧ ମଧ୍ୟ କୁହାଯାଏ ।

ଜ୍ୱର, ଥଣ୍ଡା, ଆଲର୍ଜି, ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଚକ୍ଷୁ ଫ୍ଲୁ ଚିକିତ୍ସାରେ ବ୍ୟବହୃତ ହେଉଥିବା ୧୫୬ଟି ଫିକ୍ସଡ ଡୋଜ୍ କମ୍ବିନେସନ୍ (ଏଫ୍ଡିସି) ଔଷଧକୁ ନିଷିଦ୍ଧ କରିଛନ୍ତି ସରକାର। ଏବେଠୁ ମେଡ଼ିକାଲ ଷ୍ଟୋରରେ ଆଉ ବିକ୍ରି ହେବ ନାହିଁ ଏହି ଔଷଧ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଫାର୍ମା କମ୍ପାନିଗୁଡ଼ିକ ଦ୍ୱାରା ନିର୍ମିତ ପେନ୍ କିଲର୍ ଔଷଧ ଭାବେ ବ୍ୟବହୃତ “Aceclofenac 50mg + Paracetamol 125mg”କୁ ସରକାର ବ୍ୟାନ୍ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ପାରାସିଟାମୋଲ, ଟ୍ରାମାଡୋଲ, ଟାରିନ ଏବଂ କ୍ୟାଫିନ୍ ମିଶ୍ରଣ ଉପରେ ମଧ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଚିକିତ୍ସା           ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପାରାସିଟାମଲ+ ପେଣ୍ଟାଜୋସିନର ଓ ଲେଭୋସେଟେରିଜିନ୍+ଫେନାଇଲେଫ୍ରିନ୍ କୁ ବ୍ୟାନ୍ କରାଯାଇଛି।

ମ୍ୟାଗ୍ନେସିୟମ କ୍ଲୋରାଇଡକୁ ସହ ପାରାସିଟାମଲ, ଟ୍ରାମାଡୋଲ, ଟାଉରିନ ଓ କ୍ୟାଫିନର ମିଶ୍ରଣ ଉପରେ ମଧ୍ୟ କଟକଣା ଲଗାଯାଇଛି। ତେବେ ବୃହତ୍ତର ଜନସ୍ୱାର୍ଥ ଦୃଷ୍ଟିରୁ ଏହି ଭଳି ୧୫୬ଟି ଔଷଧର ତିଆରି, ବିକ୍ରି ଓ ବିତରଣ ଉପରେ ଅଙ୍କୁଶ ଲlଗିଇଛି ।

ଏହି ତାଲିକାରେ ଥିବା ଅନେକ ଔଷଧର ତିଆରି ପୂର୍ବରୁ ମଧ୍ୟ ବନ୍ଦ ହୋଇଛି । ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ୧୪ଟି ଔଷଧ ବ୍ୟାନ ହୋଇଥିବା ବେଳେ ୨୦୧୬ରେ ୩୪୪ଟି ଔଷଧର ପ୍ରସ୍ତୁତି ଓ ବିକ୍ରି ଉପରେ ଲାଗିଥିଲା ପ୍ରତିବନ୍ଧକ।

Related Articles

Back to top button
WP Twitter Auto Publish Powered By : XYZScripts.com