ଜାତୀୟରାଜନୀତି

ଖଡଗେଙ୍କ ପରେ ଗେହଲଟ୍! ଭରସା କଲେ ସୋନିଆ ଗାନ୍ଧି! କାହିଁକି, ଦେଖନ୍ତୁ

ନୂଆ ଦିଲ୍ଲୀ: ପୂର୍ବରୁ କଂଗ୍ରେସର ସଭାପତି ଚୟନ ବେଳେ ସାମ୍ନାକୁ ଆସିଥିଲା ଅନେକ ନାଁ । କିଏ ପିନ୍ଧିବ ଅଧ୍ୟକ୍ଷ ମୁକୁଟ, ତାକୁ ନେଇ ଚାଲିଥିଲା ମାନସମନ୍ଥନ । ଏହି ସମୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ମଙ୍ଗ ଧରିବା ନେଇ ଆପାତତଃ ସ୍ଥିର ହୋଇଥିଲା ।

ହେଲେ ୨ଟି ପୋଷ୍ଟରେ ଏକାସଙ୍ଗେ ରହିବାକୁ ଚାହୁଁଥିଲେ ଗେହଲଟ । ମୁଖ୍ୟମନ୍ତ୍ରୀ ସହ ସଭାପତି ପଦ ବି ମାଗିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଚିତ୍ର ବଦଳି ଯାଇଥିଲା । ସେ ମୁଖ୍ୟମନ୍ତ୍ରୀ ରହିବା ନେଇ ନିଷ୍ପତି ନେଇଥିଲେ ।

ତେଣୁ ଦଳ ତାଙ୍କୁ ପାର୍ଟି ପ୍ରେସିଡେଣ୍ଟ ନ କରି ସିଏମ ଆସନ ଦେଇଥିଲା । ଯାହାଫଳରେ ମଲ୍ଲିକାର୍ଜୁନ ଖଡଗେ ହେଲେ ଦଳର ଅଧ୍ୟକ୍ଷ । ଏହା ସତ୍ୱେ ବି ପାର୍ଟି ଭିତରେ କମିନି ଗେହଲଟଙ୍କ ପ୍ରଭାବ । ଦଳ ତାଙ୍କୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆସନ ଆମେଥୀର ଦାୟିତ୍ୱ ଦେଇଥିଲା । ଏବଂ ବିଭିନ୍ନ କ୍ରାଇସିସ୍ ସମୟରେ ଅଶୋକ ଗେହଲଟଙ୍କ ସାହାଯ୍ୟ ବା ପରାମର୍ଶ ଲୋଡି ଆସିଛି କଂଗ୍ରେସ ।

ତେଣୁ ତାଙ୍କର ଅନୁଭୂତି ଓ ଯୋଗ୍ୟତା ଯଥେଷ୍ଟ ଅଧିକ । ଏହାକୁ ନଜରରେ ରଖି ଗାନ୍ଧି ପରିବାର ଚିନ୍ତା କରୁଛି ଯେ, ୨୦୨୯ରେ କଂଗ୍ରେସକୁ ଭଲ ପ୍ରଦର୍ଶନ କରିବାକୁ ହେଲେ ବା ଆହୁରି ଉପରକୁ ଉଠିବାକୁ ହେଲେ ଗେହଲଟଙ୍କ ଆବଶ୍ୟକତା ରହିଛି । ସେଥିପାଇଁ ତାଙ୍କୁ ଉପସଭାପତି ପଦ ଦେବାକୁ ଏକପ୍ରକାର ମନସ୍ଥ କରିଛନ୍ତି ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

ଏହାପୂର୍ବରୁ କଂଗ୍ରେସର ଉପସଭାପତି ଜଣେ ଥିଲେ, ସେ ହେଉଛନ୍ତି ରାହୁଲ ଗାନ୍ଧି । ସେପଟେ ଯଦି ଗେହଲଟଙ୍କୁ ଉପସଭାପତି ବା ଭାଇସପ୍ରେସିଡେଂଟ ପଦ ନମିଳେ ତେବେ ସେ ହୋଇପାରନ୍ତି ଇଣ୍ଡିଆ ମେଂଟର ଆବାହକ । କାରଣ ମେଂଟର ସହଯୋଗୀ ଦଳ ଆରତେଡି-ଏନସିପି-ୟୁବିଟି-ଡିଏମକେ-ଟିଏମସି ସହ ରହିଛି ତାଙ୍କର ସୁ-ସଂପର୍କ । ଆଉ ଏହି ଘୋଷଣା ଅଗଷ୍ଟ ୩୧ ପୂର୍ବରୁ ହୋଇଯିବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com