ଓଡ଼ିଶାରାଜନୀତି

ବିଜେଡି ସୁପ୍ରିମୋ ନବୀନ ପାଠ ପଢାଇଲେ: ନୂଆ ନିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ, କଣ ଜଣାନ୍ତୁ

ଭୁବନେଶ୍ୱର: ଶଙ୍ଖ ଭବନରେ ନବ ନିର୍ବାଚିତ ବିଧାୟକମାନଙ୍କୁ ନେଇ ନବୀନଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର। ନବ ନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ ପୂର୍ବତନ ବିଧାୟକ ସାଂସଦମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଆଜି ଅର୍ଥାତ ରବିବାର ଦିନ ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଦଳର ବିଧାୟକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଣତନ୍ତ୍ରରେ ସରକାରଙ୍କର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳର ତା ଠାରୁ ଅଧିକ ଦାୟିତ୍ୱ ରହିଛି।

ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷା କାରୀ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ଲୋକଙ୍କ ସ୍ୱାର୍ଥ ଜଡିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭାରେ ଉଠାଇବାକୁ ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏବଂ ନୂଆ ବିଧାୟକମାନଙ୍କୁ ବିଧାନସଭାର ନୀତି ନିୟମ ଏବଂ କାର୍ଯ୍ୟ ପରିଚାଳନା ବିଷୟରେ ସମ୍ୟକ ଜ୍ଞାନ ଦେବା ଏ ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ କେବଳ ଗୃହ ପରିଚାଳନା ନୁହେଁ ସରକାରଙ୍କୁ ଉତ୍ତରଦାୟୀ କରିବାରେ ମଧ୍ୟ ଗୃହର ନୀତି ନିୟମ ହେଉଛି ଅସ୍ତ୍ର ।

ତେଣୁ ବିଧାୟକ ଭାବରେ ନିଜ ଦାୟିତ୍ୱକୁ ନିର୍ବାହ କରିବାପାଇଁ ଗୃହର ନୀତି ନିୟମ ସହ ବିଭିନ୍ନ ସଂସଦୀୟ ପରମ୍ପରା ଆଦି ଉପରେ ବିଶେଷ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ମୁଲତବି ପ୍ରସ୍ତାବ, ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଆଦି ଜରିଆରେରେ ସରକାରଙ୍କୁ ଉତ୍ତରଦାୟୀ କରିବା ସହ ବିଭିନ୍ନ କମିଟି କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ପାଇଁ କହିଥିଲେ।

ସଂସଦୀୟ ଶାସନ ବ୍ୟବସ୍ଥା ସମ୍ପର୍କ ରେ ଆମ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକରଙ୍କ ମତ ଉଦ୍ଧୃତ କରି ବିରୋଧୀ ଦଳ ନେତା କହିଥିଲେ ଯେ ସଂସଦୀୟ ଶାସନ ବ୍ୟବସ୍ଥା ଉତ୍ତରଦାୟୀ ହୋଇଥିବାରୁ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ଠାରୁ ଏହା ଉତ୍ତମ। ବିଧାନସଭା ଦ୍ୱାରା ଆୟୋଜିତ ତାଲିମ ଶିବିର ଆୟୋଜନରେ ରାଜନୈତିକ ଅଭିସନ୍ଧି ଥିଲା।

ରାଜ୍ୟ ସ୍ତରୀୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ପ୍ରମୁଖ ଶିବିରର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ନବ ନିର୍ବାଚିତ ବିଧାୟକ ମାନଙ୍କ ତାଲିମ ପାଇଁ ଦଶଗୋଟି ଟେକନିକାଲ ଅଧିବେସନର ଆୟୋଜନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com