ଅନ୍ତର୍ଜାତୀୟଜାତୀୟ

ରୁଷିଆ କରିଛି ୟୁକ୍ରେନ୍‌ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼; ହାଇଆଲର୍ଟ ଜାରି

ନୂଆ ଦିଲ୍ଲୀ: କିଛି ଦିନର ବିରତି ପରେ ପୁଣି ଆକ୍ରମଣାତ୍ମକ ହୋଇଛି ରୁଷ-ୟୁକ୍ରେନ ଯୁଦ୍ଧ। ସୂଚନା ମୁତାବକ, ପ୍ରଥମେ ରୁଷ ଉପରେ ଆକ୍ରମଣ କରି କ୍ଷେପଣାସ୍ତ୍ର ମାଡ଼ କରିଛି ୟୁକ୍ରେନ। ୟୁକ୍ରେନ ରାଜଧାନୀ କିଭ୍ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ ।

ୟୁକ୍ରେନ ଉପରେ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ୧୦୦ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି। ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଅଧିକାରୀମାନେ କହିଛନ୍ତି; ରୁଷିଆ ଆଜି ୟୁକ୍ରେନରେ ପାଓ୍ବାର ଗ୍ରୀଡ୍‌କୁ ଟାର୍ଗେଟ କରି ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି।

ଏହି କାରଣରୁ ଅନେକ ସହରରେ ଅତି କମ୍‌ରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବଂ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହୋଇଥିଲା। ଅନ୍ୟପକ୍ଷରେ ୟୁକ୍ରେନ ବାୟୁସେନା କହିଛି, ଦେଶର ପ୍ରାୟ ସମସ୍ତ ଅଞ୍ଚଳକୁ ଟାର୍ଗେଟ କରି ୧୦ ହଜାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଚିହ୍ନଟ କରିଛି। ଖାର୍କିଭ୍‌ ଏବଂ ଡ୍ନିପ୍ରୋର ପୂର୍ବ ଅଞ୍ଚଳଠାରୁ ଦକ୍ଷିଣ ବନ୍ଦର ସହର ଓଡେସା ଏବଂ ରାଜଧାନୀ କିଭ୍‌ ପର୍ଯ୍ୟନ୍ତ ଏହି ସୀମା ରହିଛି।

ଏହି ସମୟରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ ଶିମିହାଲ ଏକ ପୋଷ୍ଟରେ ଲେଖିଛନ୍ତି, ରୁଷିଆର ଆତଙ୍କବାଦୀମାନେ ପୁଣି ଥରେ ବିଦ୍ୟୁତ୍‌ ଗ୍ରୀଡକୁ ଟାର୍ଗେଟ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସେ କହିଛନ୍ତି ଡ୍ରୋନ, କ୍ରୁଜ କ୍ଷେପଣାସ୍ତ୍ର ଏବଂ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ସହିତ ଅତି କମ୍‌ରେ ୧୫ଟି ଅଞ୍ଚଳକୁ ଟାର୍ଗେଟ କରାଯାଇଛି। ଏବଂ ସେନା ପକ୍ଷରୁ ସତର୍କ ରହିବା ସହ ହାଇଆଲର୍ଟ ଜାରି କରାଯାଇଛି।

ସେପଟେ ଆଗାମୀ କିଛି ଘଣ୍ଟା ମଧ୍ୟରେ ରୁଷ ପୁଣି ବଡ ଧରଣର ଆକ୍ରମଣ କରିବା ନେଇ ଆଶଙ୍କା କରାଯାଉଛି। ଏପରି ହେଲେ ପୁଣି ଥରେ ଯୁଦ୍ଧ ତୀବ୍ର ହୋଇପାରେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ରାଷ୍ଟ୍ର ଗସ୍ତ କରିବା ପରେ ଶାନ୍ତି ଫେରି ଆସିବା ନେଇ ଆଶା କରାଯାଉଥିଲା। ମାତ୍ର ୟୁକ୍ରେନ ପୁନର୍ବାର ଆକ୍ରମଣ କରି ନିଆଁ ଉପରେ ଘିଅ ଢାଳିବା ଭଳି କାମ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com