ଜାତୀୟରାଜନୀତି

ଆମକୁ ୫ଟି ସ୍ଥାୟୀ କମିଟିର ଅଧ୍ୟକ୍ଷତା ପ୍ରଦାନ କର, ଜଟିଳ ହେଉଛି ବୁଝାମଣା

ନୂଆଦିଲ୍ଲୀ: ୯୯ ଲୋକସଭା ଆସନ ଜିତିଥିବା କଂଗ୍ରେସ ସଂସଦ ସମ୍ପର୍କିତ ୫ଟି ସ୍ଥାୟୀ କମିଟିର ଅଧ୍ୟକ୍ଷତା ପାଇଁ ଦାବି କରିଛି । ଏନେଇ ସରକାରୀ ପ୍ରତିନିଧୀମାନଙ୍କ ସହିତ ବୁଝାମଣା ଚାଲିଥିବା ବେଳେ ୩ଟିକୁ ଅଧ୍ୟକ୍ଷତା ପ୍ରଦାନ ପାଇଁ ରାଜି ହୋଇଛନ୍ତି । କିନ୍ତୁ ଜିଦରେ ଅଟଳଥିବା କଂଗ୍ରେସ ଚତୁର୍ଥ କମିଟି ନେବା ପାଇଁ ଅଡିବସିଛି ।

ଗତ ଦୁଇ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏର ଅଧିକା ସଂଖ୍ୟା ଥିବାରୁ ସମୁଦାୟ ୨୪ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶାସକ ଦଳ ପାଖରେ ରହୁଥିଲା । କିନ୍ତୁ ଏଥର ଏନ୍ଡ଼ିଏ ବ୍ଲକର ବହୁ ସଂଖ୍ୟାରେ ବିରୋଧୀ ଥିବାରୁ ସେମାନେ ଅଧ୍ୟକ୍ଷ ପାଇଁ ଯୋଗ୍ୟ ବୋଲି ଦାବି କରୁଛନ୍ତି । ତେଣୁ ଏହି ବୁଝାମଣା ବହୁ କଠିନ ହୋଇପାରେ ।

ଅଗଷ୍ଟ ୨୨ ରେ ଅନୁଷ୍ଠିତ ସରକାରୀ-କଂଗ୍ରେସ ପ୍ରତିନିଧିଙ୍କ ଆଲୋଚନା ସମୟରେ ବିରୋଧୀ ପ୍ରାର୍ଥୀମାନେ ଲୋକସଭା ସହିତ ଜଡିତ ଚାରିଟି ସ୍ଥାୟୀ କମିଟି ଏବଂ ରାଜ୍ୟସଭାରୁ ଗୋଟିଏ କମିଟିର ଅଧ୍ୟକ୍ଷ ପଦ ମାଗିଥିଲେ । କିନ୍ତୁ ଲୋକସଭାରୁ କଂଗ୍ରେସକୁ ସର୍ବାଧିକ ତିନିଟି କମିଟିରେ ଅଧ୍ୟକ୍ଷତା ପାଇଁ ଅନୁମତି ଦିଆଯାଇପାରେ ।

ପୂର୍ବରୁ ଲୋକସଭାରେ କଂଗ୍ରେସ ପବ୍ଲିକ ଆକାଉଣ୍ଟସ କମିଟିର ଅଧ୍ୟକ୍ଷ ହୋଇସାରିଥିବା ସରକାରୀ ପକ୍ଷ କହିଛନ୍ତି । କଂଗ୍ରେସ ଦାବି ଅନୁସାରେ ଅର୍ଥ ବା ବୈଦେଶିକ ବ୍ୟାପାର କିମ୍ବା ପ୍ରତିରକ୍ଷା ବିଭାଗ କମିଟି ମଧ୍ୟରୁ କୌଣସି ଗୋଟିଏ ଦେବାକୁ କହିଛି । ଏହା ବ୍ୟତୀତ ନ୍ୟାୟ ଓ ସଶକ୍ତିକରଣ କିମ୍ବା କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ମଧ୍ୟରୁ ଗୋଟିଏ କମିଟିର ଅଧ୍ୟକ୍ଷତା ପାଇଁ ଜିଦ୍ ଧରିଛି ।

ଏବେ ତିନି ପ୍ରମୁଖ ସ୍ଥାୟୀ କମିଟି ମଧ୍ୟରୁ ଗୋଟିଏର ଅଧ୍ୟକ୍ଷତା ପାଇଁ ସେମାନଙ୍କର ଦାବିକୁ ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ କଂଗ୍ରେସ ପ୍ରତିନିଧିମାନଙ୍କୁ କୁହାଯାଇଛି । ଗତ ଲୋକସଭାରେ କଂଗ୍ରେସର ମାତ୍ର ୫୩ ଜଣ ସଦସ୍ୟ ଥିଲେ, ସେଥିପାଇଁ ଗୋଟିଏ ଗୃହ କମିଟିର ସଭାପତିତ୍ୱ ମିଳିଥିଲା ।

ତେବେ ସରକାରଙ୍କ ପକ୍ଷରୁ ଏହି ବିଷୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏବଂ ରାଜ୍ୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଏଲ ମୁରୁଗାନ ପ୍ରତିନିଧିତ୍ୱ କରୁଛନ୍ତି । ସେହିଭଳି କଂଗ୍ରେସରୁ ଲୋକସଭାରେ ଏହାର ଡେପୁଟି ନେତା ଗୌରବ ଗୋଗୋଇ, ଦଳର ମୁଖ୍ୟ ସଚେତକ କୋଡିକୁନିଲ ସୁରେଶ ଏବଂ ରାଜ୍ୟସଭା ପାଇଁ ଜୟରାମ ରମେଶ ପକ୍ଷ ରଖୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com