Uncategorizedଓଡ଼ିଶା

ଇ-କେଓ୍ବlଇସି ଯାଞ୍ଚ ପରେ ମିଳିବ ନୂଆ ରାଶନ କାର୍ଡ: ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର: ଇ- କେୱାଇସି ଯାଞ୍ଚ ପରେ ନୂଆ ରାଶନ କାର୍ଡ ମିଳିବ l ଗତକାଲି ଅର୍ଥାତ ୨୮ତାରିଖ ଦିନ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । ବୁଧବାର ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଆବେଦନ କରିଥିବା ହିତାଧିକାରୀ ନୂଆ ରାଶନ କାର୍ଡ ପାଇବେ।

୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାଶନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି।ଇ- କଓ୍ବୋଇସି ସମ୍ବେଦନଶୀଳ ପ୍ରସଙ୍ଗ, ଅପଡେଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ହେଉଥିଲା ରାଶନ ହଡ଼ପ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା ।

ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ରାଶନ କାର୍ଡ ପାଇବା ପାଇଁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିଲେ । ୨୦୨୨ରୁ ନୂତନ ରାଶନ କାର୍ଡ ଇସ୍ୟୁ କରାଯାଇନାହିଁ ।

ବିଜୁ ସ୍ବାସ୍ଥ୍ୟ କାର୍ଡ ହାତେଇବା ପାଇଁ ବହୁ ସଂଖ୍ୟାରେ ରାଶନ କାର୍ଡ ଲାଗି ଆବେଦନ ହେବାରୁ ନୂତନ କାର୍ଡ ଇସ୍ୟୁ ବନ୍ଦ କରାଯାଇଥିଲା । ଏହାପରେ ନିର୍ବାଚନ ଆସିଲା । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ନୂତନ କାର୍ଡ ପାଇବାକୁ ଚାହିଁ ରହିଛନ୍ତି ହିତାଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com