ଓଡ଼ିଶା

ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ଅମାପ ସମ୍ପତ୍ତି, ସିଏଚ୍‌ଏସ୍‌ଇ ରେକର୍ଡ ସପ୍ଲାୟର୍ ଗିରଫ

ଭୁବନେଶ୍ବର: ଆଉ ୨ ଦିନ ପରେ ନେଇଥାନ୍ତେ ଅବସର। ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା । ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ। ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ।

ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ନେଇ ସୂଚନା ଦେଇଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ତେବେ ଗତକାଲି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ତଥା ଭିଜିଲାନ୍ସର ଏକ ଟିମ୍ ପୁରେନ୍ଦ୍ରଙ୍କ ସ୍ତାବର ଅସ୍ତାବର ଅନେକ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା । ଅନ୍ୟପଟେ ଚଢାଉ ପରେ ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟର ପଟ୍ଟା, ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା, ୧୬ ଲକ୍ଷ ଜମାରାଶି, ୧.୭ ଲକ୍ଷ ନଗଦ ରାଶି, ୨ଟି କାର୍‌ ଓ ୫ଟି ବାଇକ୍‌ ଜବତ କରିଛି ପୋଲିସ୍ ।

ପୁରେନ୍ଦ୍ରଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ୍‌ କରାଯାଇଥିଲା । ଭୁବନେଶ୍ୱରର କାନନ ବିହାରସ୍ଥିତ ୪ ମହଲା ଘର ସହ ସାମନ୍ତରାପୁର ଅଫିସ୍‌ରେ ମଧ୍ୟ ରେଡ୍‌ ଚାଲିଥିଲା । ଏଥିସହିତ ଅନ୍ୟ ନାଁରେ ଜମି କିଣିଥିବା ସନ୍ଦେହ ରହିଥିବା ବେଳେ ଏନେଇ ତଦନ୍ତ ଜାରି କରିଛି ଭିଜିଲାନ୍ସ ।

Related Articles

Back to top button
WP Twitter Auto Publish Powered By : XYZScripts.com