ଓଡ଼ିଶାକ୍ରୀଡ଼ା

ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ: ମୁଖ୍ୟମନ୍ତ୍ରୀ

ଭୁବନଶ୍ୱର: କିଂବଦନ୍ତି ହକି ଖେଳାଳି ମେଜର ଧ୍ୟାନ୍‌ଚାନ୍ଦଙ୍କ ଜନ୍ମଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇଛି । ଗୁରୁବାର ରାଜ୍ୟସ୍ତରୀୟ ଉତ୍ସବ ଲୋକସେବାଭବନସ୍ଥିତ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଥିଲା । ଗତକାଲି ଅର୍ଥାତ ଗୁରୁବାର ଦିନ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ଏବଂ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି।

ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ସଫଳ ବ୍ୟକ୍ତିବିଶେ‌ଷଙ୍କୁ ରାଜ୍ୟର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଥିଲେ । ହକି କ୍ଷେତ୍ରରେ ଉତ୍କର୍ଷ ଅବଦାନ ଓ ଆଜୀବନ ଉପଲବ୍ଧି ପାଇଁ ଲାଜ୍‌ରୁସ ବାର୍ଲାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୪ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି।

ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ଜାଭେଲିନ ଥ୍ରୋୟର କିଶୋର କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଉଦୀୟମାନ କନିଷ୍ଠ କ୍ରୀଡ଼ାବିତ ଭାବେ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ମହମ୍ମଦ ଜାଫର ଇକବାରଲ ଦୃଷ୍ଟିବାଧିତ କ୍ରିକେଟର ମହମ୍ମଦ ଜାଫର ଇକବାରଲଙ୍କୁ ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ମଧ୍ୟ ୨ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି ।

କ୍ରୀଡ଼ା ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ହକି ପ୍ରଶିକ୍ଷକ ବିଜୟ କୁମାର ଲାକ୍ରାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ୨ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି। ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପାଇଛନ୍ତି ସୁକେଶ ରଞ୍ଜନ ବେହେରା। ତାଙ୍କୁ ଦୁଇ ଲକ୍ଷ ଟଙ୍କା ସହ ଟ୍ରଫି ଦିଆଯାଇଛି। ଶ୍ରେଷ୍ଠ କ୍ରୀଡ଼ା ବୈଷୟିକ ଅଧିକାରୀ/କ୍ରୀଡ଼ା ସହାୟକ ଭାବେ ରୂପାନ୍ୱିତା ପଣ୍ଡାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି।

ତାଙ୍କୁ ୨ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି। ଏହି ଉତ୍ସବରେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜୟନ୍ତୀ ମଲ୍ଲିକ ଓ ତାଙ୍କ ୧୨ ବର୍ଷର ପୁଅ ରୁଦ୍ର ମଲ୍ଲିକ। ଉଭୟ ନିଜ ଜୀବନକୁ ବାଜି ଲଗାଇ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର ଏହି ସାହସିକତା ପାଇଁ ୨ ଲକ୍ଷ ଟଙ୍କାର ଚେକ୍ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com