ଓଡ଼ିଶାରାଜନୀତି

ପୁଣି ଫେରିବ ପୁରୁଣା ଢାଞ୍ଚା, ସଂଶୋଧନ ହେବ ବିଶ୍ୱବିଦ୍ୟାଳୟ ଆଇନ: ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍ । ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ୍‌ ବ୍ୟବସ୍ଥା ରହିବ । ବିଶ୍ୱବିଦ୍ୟାଳୟ ସ୍ବତନ୍ତ୍ରତା ବଜାୟ ରହିବା ସହ ନିଯୁକ୍ତି କ୍ଷମତା ବିଶ୍ୱବିଦ୍ୟାଳୟଗୁଡ଼ିକୁ ଦିଆଯିବ।

ଏନେଇ ବିଚାର ବିମର୍ଷ ଚାଲିଛି ବୋଲି ଆଜି ମନ୍ତ୍ରୀ ଗୃହରେ କହିଛନ୍ତି । ୨୦୨୦ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଏହା ଭଙ୍ଗା ଯାଇଥିଲା । ସିନେଟ୍‌ରେ ୧୦୦ ଜଣ ସଦସ୍ୟ ରହୁଥିଲେ। ସେମାନେ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଉଥିଲେ । ଯାହା ସିଣ୍ଡିକେଟ୍ କାର୍ଯ୍ୟକାରୀ କରୁଥିଲା।

୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ୩୬ ପଦପଦବୀ, କୃଷି-ଦକ୍ଷତା ବିକାଶ-ଉଚ୍ଚଶିକ୍ଷା ବିଭାଗର ତିନି ନିର୍ଦ୍ଦେଶକ, ଆଡ଼ଭୋକେଟ ଜେନେରାଲ ବା ତାଙ୍କ ପ୍ରତିନିଧି, ୬୦ ଅବସରପ୍ରାପ୍ତ ଶିକ୍ଷାବିତ, ୩ ବିଧାୟକ, ୪ ଛାତ୍ର ନେତା, ସମ୍ପୃକ୍ତ ବିଶ୍ଵବିଦ୍ୟାଳୟର ୧୩ ଗ୍ରାଜୁଏଟ ସିନେଟର ସଦସ୍ୟ ରହୁଥିଲେ । ୭୯ ଦିନିଆ ସରକାର ଖଲିକୋଟ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେଇଛନ୍ତି । ଦୁର୍ଗମ ଅଞ୍ଚଳର ୧୮ଟି ବ୍ଲକରେ କଲେଜ ଗଠନ କରିଛନ୍ତି ।

୧୮୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାରୀ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ମଜବୁତ କରିବା ସହିତ ୧୫୦୦ ଅଧ୍ୟାପକ ଉକ୍ତ କଲେଜରେ ଯୋଗ ଦେବେ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ଏଥିସହିତ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଯୋଗାଇବାର ପାଇଁ ମଧ୍ୟ ସରକାର ଯୋଜନା କରୁଛନ୍ତି ସରକାର ।

ଏପଟେ ଖୁବଶୀଘ୍ର ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହେବେ। ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ବିଶ୍ବବିଦ୍ୟାଳୟ ଆଇନ ୨୦୨୦ ସଂଶୋଧନ କରାଯାଇ ଓପିଏସ୍‌ସି ଦ୍ୱାରା ନିଯୁକ୍ତି ଦିଆଯାଉଥିଲା । ଯାହା ଦ୍ବାରା ୟୁଜିସି ଗାଇଡ଼ଲାଇନ ପରିପନ୍ଥୀ ଥିଲା । ୟୁଜିସି ଗାଇଡ଼ଲାଇନ ଅନୁସାରେ ବିଶ୍ଵବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ହେବା କଥା ।

କିନ୍ତୁ ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୧୮୭ ଅଧ୍ୟାପକ ପଦବୀ ଖାଲି ପଡିଛି। ଏହାକୁ ପୂରଣ କରିବାକୁ ଗୃହରେ କହିଛନ୍ତି ମନ୍ତ୍ରୀ।

ଫଳରେ ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବ। ବିଶ୍ୱବିଦ୍ୟାଳୟଗୁଡିକୁ ନିଯୁକ୍ତି କ୍ଷମତା ଦିଆଯିବାକୁ ବିଚାର ଚାଲିଥିବା ମନ୍ତ୍ରୀ ଗୃହରେ କହିଛନ୍ତି। ୧୯୮୯ ବିଶ୍ୱବିଦ୍ୟାଳୟ ଆଇନକୁ ବିଜେଡି ସରକାର ୨୦୨୦ ନଭେମ୍ବରରେ ସଂଶୋଧନ କରିଥିଲେ। ଏବେ ଏହାକୁ ପୁଣି ସଂଶୋଧନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ସେ ଏହା ବି କହିଛନ୍ତି ଯେ, ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com