ଜାତୀୟରାଜନୀତି

ତାନାଜୀ ସାୱନ୍ତଙ୍କ ବିବୃତ୍ତି ପାଇଁ ମହାରାଷ୍ଟ୍ରରେ ରାଜନୀତିକ ଉତ୍ତେଜନା, କାହିଁକି ଜାଣନ୍ତୁ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ବ୍ୟସ୍ତରେ ସମସ୍ତ ଦଳ । ଏହି ସମୟରେ, ମହାୟୁତି ସହଯୋଗୀ ଦଳର ନେତା ତାନାଜୀ ସାୱନ୍ତ ନିଜର ସହଯୋଗୀ ଅଜିତ ପାଓ୍ବାରଙ୍କ ଏନସିପି ଦଳ ଉପରେ କଡ଼ା ଆକ୍ରମଣ କରିଛନ୍ତି ।

ହେଲେ ଏହାକୁ ନେଇ ମହାରାଷ୍ଟ୍ରର ମନ୍ତ୍ରୀ ତଥା ସିନ୍ଦେ ଗୋଷ୍ଠୀର ନେତା ତାନାଜୀ ସାୱନ୍ତଙ୍କ ବିବୃତ୍ତି ଯୋଗୁଁ ମହାରାଷ୍ଟ୍ରରେ ଏକ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଯାହାକୁ କାଉଣ୍ଟର କରିଛି ଏନସିପି । କ୍ୟାବିନେଟ ବୈଠକରେ ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମନ୍ତ୍ରୀଙ୍କ ସହ ବସିଥିବା ବେଳେ ସେ ବାନ୍ତି ଅନୁଭବ କରୁଛନ୍ତି ବୋଲି ସାୱନ୍ତ କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତିରେ ଅଜିତ ପାୱାରଙ୍କ ଏନସିପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ତାନଜୀ ସାୱନ୍ତଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ । ଗଣମାଧ୍ୟମକୁ ଏନସିପି ମୁଖପାତ୍ର ଉମେଶ ପାଟିଲ କହିଛନ୍ତି ଯେ, “ସେ (ତାନଜୀ ସାୱନ୍ତ) ରୁହନ୍ତୁ କିମ୍ବା ଏନସିପି ରହୁ ।

ଯଦି ତାଙ୍କୁ ହଟାଇ ଦିଆଯାଏ ନାହିଁ, ତେବେ ଆମେ ମହାୟୁତି କ୍ୟାବିନେଟରୁ ଓହରିଯିବା ଉଚିତ୍ । ମୁଁ ଆମର ଜାତୀୟ ସଭାପତି ଅଜିତ ପାୱାର ଏବଂ ସମସ୍ତ ବରିଷ୍ଠ ନେତାମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ କ୍ୟାବିନେଟରୁ ଇସ୍ତଫା ଦେଇଦେବା ଉଚିତ।

ସେ କହିଛନ୍ତି ଯେ, ତାନାଜୀ ସାୱନ୍ତଙ୍କ କଥା ଶୁଣିବା ଅପେକ୍ଷା କ୍ଷମତା ବାହାରେ ରହିବା ଭଲ । ଆମେ କ୍ଷମତା ପାଇଁ ପାଗଳ ନୁହଁ, ତାନଜୀ ସାୱନ୍ତଙ୍କ କାରଣରୁ ଏନସିପି ମହାମେଣ୍ଟରେ ନାହିଁ । ମହାମେଣ୍ଟ ଯୋଗୁଁ ସାୱନ୍ତ ଆଜି ମନ୍ତ୍ରୀ ହୋଇଛନ୍ତି।

କିନ୍ତୁ ଯଦି ସେମାନେ ଏହିପରି କଥାବାର୍ତ୍ତା କରିବାକୁ ଯାଉଛନ୍ତି, ତେବେ ମୁଁ ଦଳର ନେତୃତ୍ୱଙ୍କୁ ଅନୁରୋଧ କରୁଛି ଯେ, ଏଥିରୁ ବାହାରିବା ଭଲ ହେବ। ସାଓ୍ବନ୍ତଙ୍କୁ କଟାକ୍ଷ କରି ଏନସିପି ନେତା ଆହୁରି କହିଛନ୍ତି, ବାନ୍ତି କାହିଁକି ହୁଏ ତାହା ତାନାଜୀ ସାୱନ୍ତ ଜାଣନ୍ତି ନାହିଁ।

ତାନାଜୀ ସାୱନ୍ତ ହେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ସହିତ ଏହାର କିଛି ସମ୍ପର୍କ ରହିବା ଜରୁରୀ। କିନ୍ତୁ ଯଦି ସେ ମହାୟୁତୀରେ ଥିବାରୁ ବାନ୍ତି କରୁଛନ୍ତି, ତେବେ ଏହାର କାରଣ କେବଳ ଏକନାଥ ସିନ୍ଦେ କହିପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com