ଜାତୀୟରାଜନୀତି

ସଭାମଞ୍ଚରେ ରହି କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ

ନୂଆଦିଲ୍ଲୀ:  କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ । ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡିବାକୁ ନେଇ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି କହିଛନ୍ତି ମୋଦି ।

ମହାରାଷ୍ଟ୍ରର ପାଲଘରରେ ଏକ କାର୍ୟ୍ୟକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୁଁ ଏ ସ୍ଥାନରେ ପହଞ୍ଚିବା କ୍ଷଣି ଶିବାଜୀଙ୍କ ନିକଟରେ କ୍ଷମା ମାଗିଥିଲି।”

ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ଦେବତା ବୋଲି ଭାବନ୍ତି ଏବଂ ଏହି ଘଟଣାକୁ ନେଇ ଗଭୀର ଆଘାତ ପାଇଛନ୍ତି, ମୁଁ ମୁଣ୍ଡ ନୁଆଁଇ ସେମାନଙ୍କୁ କ୍ଷମା ମାଗୁଛି। ଆମ ପାଇଁ ଆମ ଦେବତାଙ୍କଠାରୁ ବଡ଼ କିଛି ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀଙ୍କର ୩୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ ନୌସେନା ଦିବସ ଅବସରରେ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଏଥିପାଇଁ ମୋଟ ୨.୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ମୂର୍ତ୍ତି ନିର୍ମାଣକୁ ବର୍ଷେ ପୂରି ନ ଥିବାବେଳେ ଗତ ସୋମବାର ଅଗଷ୍ଟ ୨୬ରେ ଏହି ଷ୍ଟାଚ୍ୟୁ ଭୁଶୁଡ଼ି ପଡ଼ିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ଆଜି କଣ୍ଟ୍ରାକ୍ଟରଙ୍କୁ ଗିରଫ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com