ଜାତୀୟ

ଆଫଗାନିସ୍ତାନ ଗୁରୁଦ୍ୱାରା ଆକ୍ରମଣ; ପାକିସ୍ତାନର ଦୃଢ଼ ନିନ୍ଦା, ବିପନ୍ନ ହିନ୍ଦୁ-ଶିଖମାନଙ୍କ ୧୦୦ ଇ-ଭିସା ଜାରି କଲେ ଭାରତ ସରକାର

ନୂଆଦିଲ୍ଲୀ: ଆଫଗାନିସ୍ତାନ କାବୁଲରେ ଗୁରୁଦ୍ୱାରା କର୍ତ୍ତେ ପରୱାନରେ ଆକ୍ରମଣ ଘଟଣାରେ ସେଠାରେ ଥିବା ଶିଖ୍ ଓ ହିନ୍ଦୁଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତ ସରକାର। ଏଥିପାଇଁ ଆଫଗାନ ଶିଖ୍ ଓ ହିନ୍ଦୁଙ୍କ ପାଇଁ ୧୦୦ ଟି ଇ-ଭିସା ଅନୁମଦୋନ କରାଯାଇଥିବା ସୂଚନା ମିଳିଛି। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଶନିବାର କାବୁଲ ସ୍ଥିତ ଗୁରୁଦ୍ୱାରାରେ ଆତଙ୍କବାଦୀମାନେ ଏକ ବିସ୍ଫୋରଣକ ବୋଝେଇ ଗାଡ଼ି ବିସ୍ଫୋରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ଆଫଗାନ ସୁରକ୍ଷାକର୍ମୀମାନେ ବିସ୍ଫୋରକ ବୋଝେଇ ଗାଡ଼ିକୁ ଅଟକାଇବାରୁ ଆତଙ୍କବାଦୀମାନେ ବନ୍ଧୁକରେ ଗୁଳି ମଧ୍ୟ ଚଳାଇଥିଲେ। ଏଥିରେ ଜଣେ ଶିଖ୍‌ ସହିତ ଦୁଇଙ୍କର ମୃତ୍ୟୁ ହୋଇଛି। ଏଥିରେ ୭ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମାମଲାରେ ୩ ଜଣ ଆତଙ୍କବାଦୀଙ୍କୁ ଗୁଳି କରାଯାଇଥିବା ଆଫଗାନିସ୍ତାନ ପକ୍ଷରୁ ସୂଚନା ମିଳିଛି।

ଆଫଗାନିସ୍ତାନର ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ଭାରତ ସହ ପାକିସ୍ତାନ ବି କଡା ନିନ୍ଦା କରିଛି। ଆଫଗାନିସ୍ତାନର ଆକ୍ରମଣ ଚିନ୍ତାଜନକ ବୋଲି ପାକିସ୍ତାନ କହିଥିବା ବେଳେ ଭାରତ ଏହାକୁ ଭିରୁ ଆକ୍ରମଣ କହିବା ସହ ଦୃଢ଼ ନିନ୍ଦା କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com