ଓଡ଼ିଶା

ମା’ ମାନଙ୍କ ସ୍ତନ୍ୟପାନକୁ ନେଇ ଆସିଲା ବଡ଼ ନିଷ୍ପତ୍ତି, କଣ ଜାଣନ୍ତୁ

ଭୁବନେଶ୍ୱର: ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ ।

ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ସବୁ ଜିଲାପାଳ ଏବଂ ବିଭାଗକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଲେଖାଯାଇଛି ଚିଠି ।

ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ଲାଗି ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ବଚ୍ଛ ସ୍ଥାନ ପ୍ରତିଷ୍ଠା କରାଯିବା ପାଇଁ ଚିଠିରେ ଅନୁରୋଧ କରାଯାଇଛି ।

ଏହା ଦ୍ୱାରା ମା’ମାନଙ୍କୁ ସମର୍ଥନ ସହ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ମିଳିବ। ସେହିପରି ଗତ ଅଗଷ୍ଟ ୧୫ରେ ଋତୁସ୍ରାବ ପାଇଁ ରାଜ୍ୟର ସମସ୍ତ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ ବୋଲି ସରକାର ଘୋଷଣା କରିଥିଲେ ।

ସ୍ବାଧୀନତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଥିଲେ। ଜଣେ ମହିଳା ହୋଇ ମହିଳାମାନଙ୍କ ସମସ୍ୟାକୁ ଉପଲବଧି କରି ଏଭଳି ନିଷ୍ପତ୍ତି ନେଇଥିଲେ। କଟକରେ ୭୮ତମ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରି ଏହି ଘୋଷଣା କରିଥିଲେ ।

ସେ କହିଛନ୍ତି- ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଦିନଟିଏ ମାସିକ ଋତୁସ୍ରାବ ଜନିତ ଛୁଟି ପାଇବେ । ଋତୁସ୍ରାବ ଦିନ କିମ୍ବା ତା ପର ଦିନ ଯେଉଁ ଦିନକୁ ସେମାନେ ଛୁଟି ନେବାକୁ ବାଛିବେ, ସେ ଦିନ ତାଙ୍କୁ ଛୁଟି ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com