ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ମେୟର ପ୍ରାର୍ଥୀନୀ ସୁନୀତି ମୁଣ୍ଡ । ଦଳରେ ରହିଥିଲା ତାଙ୍କର ଭଲ ସୁନାମ । ନିର୍ବାଚନ ସମୟରେ ବି ଦିଆଯାଇଥିଲା ଗୁରୁ ଦାୟିତ୍ୱ । ଏମିତିକି ଟିକେଟ୍ ଆଶାୟୀ ମଧ୍ୟ ରହିଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ଦେଇନଥିଲା ଟିକେଟ୍ । ତେବେ ସେ ଯାହାବି ହେଉ ଦଳର ଜଣେ ଟାଣୁଆ ନେତ୍ରୀ ଭାବେ ରହିଥିଲା ସୁନୀତି । କିନ୍ତୁ ଏବେ ଦଳ ତାଙ୍କୁ କରିଛି ବହିଷ୍କାର । ଦଳ ବିରୋଧୀ କାର୍ୟ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ନିଲମ୍ବିତ କରିଛି ବିଜେପି । ତେବେ ପୂରା ଘଟଣା କଣ ଆସନ୍ତୁ ନଜର ପକାଇବା-
୨୪ ସାଧାରଣ ନିର୍ବାଚନ ସମୟରେ ବିଜେପିର ଭଣ୍ଡାରୀପୋଖରୀ ବିଧାୟକ ପ୍ରାର୍ଥୀ ସୁଧାଂଶୁ ଶେଖର ନାୟକଙ୍କୁ ଟଙ୍କା ଠକିଥିବା ନେଇ ବିବାଦ ଉଠିଥିଲା । ଏନେଇ ବନ୍ତ ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ଏହି ଘଟଣାକୁ ନେଇ କାଉଣ୍ଟର ଏଫଆଇଆର କରିଛନ୍ତି ସୁନୀତି ମୁଣ୍ଡ୍ । ଦେଖନ୍ତୁ ଏହି ଏଫଆଇଆରକୁ । ଯେଉଁଥିରେ ତାଙ୍କୁ ଧମକ, ହାରାସମେଣ୍ଟ, ଏବଂ ବ୍ଲାକମେଲିଂ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ସେହିପରି ସୁଧାଂଶୁ ନିଜର ନିର୍ବାଚନ ପରିଚାଳନା ପାଇଁ ତାଙ୍କୁ ଅନୁରୋଧ କରିଥିଲେ ଏବଂ ଦକ୍ଷ କମୁ୍ୟନିକେସନ ଏହାର ଦାୟିତ୍ୱ ନେଇଥିଲା । ତେଣୁ ଚୁକ୍ତି ମୁତାବକ ସେ ଜଗତ ଜୀବନ ନାୟକ ନାମକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକଉଣ୍ଟରୁ ପେମେଣ୍ଟ କରିଥିଲେ । ଏହା କେବଳ ତାଙ୍କ କାମ ବାବଦକୁ ରେଣ୍ଟ ବୋଲି ଏଫଆଇଆରରେ ଦର୍ଶାଇଛନ୍ତି ସୁନୀତି ।
ତେଣୁ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ କେବଳ ସୁନୀତି ମୁଣ୍ଡ୍ ନୁହନ୍ତି ତାଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ୫ ଜଣଙ୍କୁ ମଧ୍ୟ ଗୋଟିଏ ଦିନରେ ନିଲମ୍ବନ କରିଛି ବିଜେପି ।