ଜାତୀୟରାଜନୀତି

କେନ୍ଦ୍ରମନ୍ତ୍ରୀଙ୍କୁ ମୋଦିଙ୍କ ସବୁଠୁ ବଡ଼ ଗିପ୍ଟ-ଦେଖନ୍ତୁ, ଆରଏସଏସର କଣ ରହିବ ଭୂମିକା

ମହାରାଷ୍ଟ୍ର: ଗତ ୨ମାସ ତଳେ ସରିଛି ଲୋକସଭା ନିର୍ବାଚନ । ଯେଉଁଥିରେ ଅନେକ ରାଜ୍ୟରେ ବିଜେପିକୁ ସଫଳତା ମିଳିଥିବା ବେଳେ ଅନ୍ୟ କିଛି ରାଜ୍ୟରେ ହାତରୁ ଖସିଯାଇଛି କିଛି ସିଟ୍ । ତେବେ ମହାରାଷ୍ଟ୍ରରେ ମଧ୍ୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଅର୍ଥାତ ଏହି ରାଜ୍ୟରେ ଅନେକ ଲୋକସଭା ଆସନ ହରାଇଥିଲା ଭାରତୀୟ ଜନତା ପାର୍ଟି ।

ଆଉ ଏବେ ମହାରାଷ୍ଟ୍ରରେ ଆଗକୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ସେଥିପାଇଁ ହାତେ ମାପି ଚାଖଣ୍ଡେ ଚାଲିବା ନ୍ୟାୟରେ ବିଜେପି । ଭାବି ଚିନ୍ତି ପ୍ରସ୍ତୁତ କରୁଛି ରଣନୀତି । ସହଯୋଗୀ ଦଳମାନଙ୍କ ସହ ନିର୍ବାଚନ ଲଢୁଥିବା ବିଜେପି ନିଜ ଦମରେ ବିଧାନସଭା ଜିତି ଏକ ଶକ୍ତିଶାଳୀ ସରକାର ଗଠନ କରିବାକୁ ଚାହୁଁଛି ।

ଏଥିପାଇଁ ଦଳର ଫାୟାରବ୍ରାଣ୍ଡ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ମଇଦାନକୁ ଓହ୍ଲାଉଛି । କେବଳ ସେତିକି ନୁହେଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଗଡକରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ମହାରାଷ୍ଟ୍ରରେ କ୍ଷମତାକୁ ଫେରିବା ପାଇଁ ବିଜେପିକୁ ସହାୟତା କରିବାକୁ ନିଷ୍ପତି ନେଇଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନ ବା ଆରଏସଏସ ।

ଯେଉଁଥିପାଇଁ କେନ୍ଦ୍ରୀୟ ସ୍ତରରେ ଏକ ବିଶ୍ୱାସନୀୟ ଚେହେରା ଉପସ୍ଥାପନ କରିବାକୁ ଆରଏସଏସ ପରାମର୍ଶ ଦେଇଛି । ଆଉ ଏହାପରେ ଆରମ୍ଭ ହୋଇଯାଇଛି ନାନା କଳ୍ପନାଜଳ୍ପନା । ତେଣୁ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ହିଁ ଦଳର ସିଏମ ଚେହେରା ବୋଲି ଆଲୋଚନା ଜୋର ଧରିଛି । ତେବେ ଏହାର ଆଉ ଏକ କାରଣ ହେଉଛି ଗତ ଜୁଲାଇ ମାସରେ ହୋଇଥିବା ସର୍ଭେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏହି ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ପାଇଁ ଗଡକରୀ ସମସ୍ତଙ୍କ ପସନ୍ଦ ବୋଲି ଜଣାପଡିଥିଲା । ସର୍ଭେରେ ଯେତେବେଳେ ଲୋକଙ୍କୁ ପଚରାଗଲା ଯେ ମହାରାଷ୍ଟ୍ର ପାଇଁ ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ହେବା ଦରକାର, ପ୍ରାୟ ୪୭.୭ ପ୍ରତିଶତ ଲୋକ ନିତୀନ ଗଡକରୀଙ୍କୁ ଚୟନ କରିଥିଲେ ।

ଅନ୍ୟପଟେ ୧୮.୮ ପ୍ରତିଶତ ଲୋକ ଦେବେନ୍ଦ୍ର ଫଡନାଭିସ, ୨୨.୪ ପ୍ରତିଶତ ଲୋକ ଉଦ୍ଧବ ଠାକରେ, ୧୪.୫ ପ୍ରତିଶତ ଲୋକ ଏକନାଥ ସିନ୍ଦେଙ୍କୁ , ୫.୩ ପ୍ରତିଶତ ଲୋକ ଅଜିତ ପାୱାରଙ୍କୁ ସିଏମ ଭାବରେ ଦେଖିବାକୁ ଚାହାଁନ୍ତି ବୋଲି ମତ ଦେଇଥିଲେ । ହୁଏତ ସେହି ଆଧାରରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରମନ୍ତ୍ରୀଙ୍କୁ ସବୁଠୁ ବଡ଼ ଗିପ୍ଟ ଦେବେ ବୋଲି ଚର୍ଚ୍ଚା ଜୋର ।

Related Articles

Back to top button
WP Twitter Auto Publish Powered By : XYZScripts.com