ଓଡ଼ିଶା

ଆକ୍ସନ ମୋଡ଼ରେ ଶ୍ରୀମନ୍ଦିର ପ୍ରଶାସନ, କାହିଁକି ଜାଣନ୍ତୁ

ଭୁବନେଶ୍ବର: ଶ୍ରୀମନ୍ଦିରରୁ ବିଦା ହେଲେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ l ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ଖବର ଜାଣିବା ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ରାଜ୍ୟ ସରକାର । ଆନନ୍ଦବଜାର ଓ ମନ୍ଦିର ବେଢାରେ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି ।

୨ଟି ସିଫ୍ଟରେ ଜଗିବେ ସମସ୍ତ ନିୟୋଜିତ ସେନା କର୍ମଚାରୀ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ପୂର୍ବ ସରକାରରେ ବାରମ୍ବାର ପୁନଃ ନିଯୁକ୍ତି ହେବା ଫଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିଯୁକ୍ତି ସୁଯୋଗ ମଧ୍ୟ ଠପ୍‌ ହୋଇଯାଇଥିଲା। ଏବେ ବିଜେପି ସରକାର ଏ ନିଯୁକ୍ତି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

ସୁଆର ଓ ମହାସୁଆର ସେବାୟତ ଅବଢା ବିକ୍ରି କରିପାରିବେ । ତାବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଅବଢା ବିକ୍ରି କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଏହାସହିତ ଭକ୍ତଙ୍କୁ କିପରି ସୁଲଭ ଦରରେ ଅବଢା ମିଳିପାରିବ । ସେଥିପ୍ରତି ନିୟୋଜିତ ହୋଇଥିବା ସେନା କର୍ମଚାରୀମାନେ ମଧ୍ୟ ଧ୍ୟାନ ଦେବେ ।

ସେହିପରି ଶ୍ରୀମନ୍ଦିର ଭିତରେ ପଲିଥିନ୍‌ ବ୍ୟବହାର ଉପରେ ନଜର ରଖିବେ । ଗତ ୧୦ ବର୍ଷରେ ଅନେକ ଅଧିକାରୀ ଅବସର ନେବା ପରେ ଓଏସଡି ଭାବେ ମିଳିଥିଲା ପୁନଃ ନିଯୁକ୍ତି l ଏବେ ଖାଲି ହେବାକୁ ଥିବା ପଦବୀକୁ ଓଡ଼ିଶା ସବୋର୍ଡିନେଟ ଷ୍ଟାଫ କମିଶନ ଜରିଆରେ ପୂରା କରିବାକୁ ସରକାରଙ୍କୁ ସୁପାରିସ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com