ଓଡ଼ିଶା
ନବୀନ ପଟ୍ଟନାୟକଙ୍କ ଅଂଚଳରେ ୧୦୦ ହତ୍ୟା, ମୁଖ୍ୟମନ୍ତ୍ରୀ କହିଲେ…
![](https://i0.wp.com/odia.mobilenews24x7.com/wp-content/uploads/2024/09/Screenshot-2024-09-02-165356.png?resize=583%2C401&ssl=1)
ଭୁବନେଶ୍ୱର: ବିଧାନସଭା ଆରମ୍ଭରେ ସେମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଛି । ପରେ ଶୂନ୍ୟ କାଳରେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉତ୍ତର ରଖିଛନ୍ତି । ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଞ୍ଚଳରେ ଘଟିଛି ଶହେ ହତ୍ୟା ।
ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷରେ ୧୦୦ ହତ୍ୟା ଘଟିଛି। ୧୦୦ ହତ୍ୟା ମାମଲାରେ ମୋଟ ୩୨୮ ଜଣଙ୍କୁ ଗିରଫ କରାଯାଇଛି। ୧୦୦ ମାମଲାରୁ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି । ୨୨ଟି ମାମଲାରେ ଦୋଷମୁକ୍ତ, ୬୯ ମାମଲା ବିଚାରାଧୀନ ରହିଛି ।
ସେହିପରି ଗଞ୍ଜାମ ଜିଲ୍ଲାରେ ଅପରାଧିଙ୍କୁ ଧରିବା କାର୍ଯ୍ୟରେ ମୋଟ ୩୭ଟି ମାମଲାରେ ଅପରାଧିମାନେ ପୋଲିସ୍ ଉପରକୁ ଗୁଳି ଚାଳନା କରିଛନ୍ତି । ଫଳରେ ୬୩ ଜଣ ପୁଲିସ ଅଧିକାରୀ ଆହତ ହୋଇଥିଲେ । ଆଉ ୩୭ଟି ମାମଲାରେ ୪୧ଜଣ ଅପରାଧିଙ୍କୁ ଏନକାଉଣ୍ଟର କରାଯାଇଛି ।