ଓଡ଼ିଶା

ଖଣି ଉପନିର୍ଦେଶକଙ୍କ ଘରେ ପୁଳା ପୁଳା ଟଙ୍କା, ତାଜୁବ୍ ଭିଜିଲାନ୍ସ ବିଭାଗ

ତାଳଚେର: ଖଣି ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ଚଢାଉ ସମୟରେ ଭିଜିଲାନ୍ସ ବିଭାଗ ଠାବ କରିଛି ଅମାପ ସମ୍ପତ୍ତି ।

ଚଢାଉ ବେଳେ ୨ଟି ବିଲ୍ଡିଂ, ପାଖାପାଖି ଦେଢ କୋଟି ମୂଲ୍ୟର ଗୋଟିଏ ଫ୍ଲାଟ, ଗୋଟିଏ ଡୁପ୍ଲେକ୍ସ ଘର, ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ, ଏବଂ ୯ଟି ପ୍ଲଟ ସନ୍ଧାନ ମିଳିଛି । ଯାହାକି ଭିଜିଲାନ୍ସ ବିଭାଗକୁ ତାଜୁବ କରିଛି । ଭୁବନେଶ୍ଵର ପଟିଆରେ ଫ୍ଲାଟ୍ ରହିଛି । ଯାହାର ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ।

ଭୁବନେଶ୍ଵର ସୁନ୍ଦରପଦାରେ ଗୋଟିଏ ଡୁପ୍ଲେକ୍ସ କୋଠା, ତେଲକୋଇରେ ୨ଟି ମାର୍କେଟ୍ କମ୍ଲେକ୍ସ ଏବଂ ୧୯ଟି ଦୋକାନ ଘର ରହିଛି । ଏପରିକି ଆଉ ଏକ କୋଠା ନିର୍ମାଣ ଚାଲିଛି । ଭୁବନେଶ୍ଵରରେ ଦୁଇଟି ଏବଂ ତେଲକୋଇରେ ୭ଟି ପ୍ଲଟ୍ , ନଗଦ ୯.୮୩ ଲକ୍ଷ ଟଙ୍କା ଏବଂ ଗୋଟିଏ କାର ମଧ୍ୟ ଥିବl ଭିଜିଲାନ୍ସ ବିଭାଗକୁ ଜଣାପଡ଼ିଛି ।

ଅନ୍ୟପଟେ ସବୁଠୁ ଆଶ୍ଚର୍ଯ୍ୟର କଥା ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ଶୁଝି ଦେଇ ଭିଜିଲାନ୍ସ ଆଖିଆଗକୁ ଆସିଛନ୍ତି। ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେର ଘରୁ ମଧ୍ୟ ମିଳିଛି ପୁଳା ପୁଳା ଟଙ୍କା।

Related Articles

Back to top button
WP Twitter Auto Publish Powered By : XYZScripts.com