ଓଡ଼ିଶା

ଫ୍ରିଜ ନେଇ ଗଲା ନବବଧୂଙ୍କ ଜୀବନ, କେମିତି ଜାଣନ୍ତୁ

ବାଲେଶ୍ୱର: କାନ୍ଥରୁ ଲିଭିନି ଶୁଭ ବିବାହ ହେଲେ ଲିଭିଗଲା ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ l ଫ୍ରିଜ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ l ଗତ ଜୁନ ମାସ 14 ତାରିଖରେ କୁପାରୀ ପଂଚାୟତ ସରପୁର ଗ୍ରାମର ସୁଦାମ ସେଠିଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠିଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ଖଇରା ବ୍ଲକ ଗଡ଼ପୋଖରୀ ପଂଚାୟତ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସଙ୍କୁ ବିଭାହ ହୋଇଥିଲା l

ବିଭାହର କିଛି ଦିନ ଠିକଠାକ ଚାଲିଥିବା ବେଳେ ଜଗନ୍ନାଥ ଓ ତାଙ୍କ ମା ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାକୁ ନିର୍ଯ୍ୟାତନା ଦେଉଥିଲେ l ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଲାଗିରହିଥିଲା ଅଶାନ୍ତି l ଆଜି ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିବା ନେଇ ଜଗନ୍ନାଥଙ୍କ ଗ୍ରାମବାସି ମାନେ ଝିଅ ପରିବାରକୁ ଖବର ଦେଇଥିଲେ l

ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ଜଗନ୍ନାଥ ପରିବାର ଲୋକ ଫେରାର ହୋଇଯାଇଥିବା ବେଳେ ଝିଅକୁ ହତ୍ୟା କରିଥିବା ନେଇ ଝିଅ ପରିବାର ଲୋକ ଦାବି କରିଛନ୍ତି l ଗ୍ରାମରେ ଉତେଜନା ଲାଗିରହିଛି l

Related Articles

Back to top button
WP Twitter Auto Publish Powered By : XYZScripts.com