ଓଡ଼ିଶା

ସୁଭଦ୍ରା ପାଇଁ ଆଧାର ସେଣ୍ଟରରେ ଠେଲାପେଲା, ସ୍ଥିିତି ଅଣାୟତ୍ତ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆଣିଛନ୍ତି ସରକାର । ଏହି ଯୋଜନାର ଲାଭ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ତେଣୁ ନିଜ ନିଜର ଆଧାରକୁ ସଂଶୋଧନ କରିବାରେ ଲାଗି ପଡିଛନ୍ତି ଲୋକେ ।

ସାରା ରାଜ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱରରେ । ଜିଲ୍ଲାର ସୋର ଅଞ୍ଚଳରେ ଥିବା ବିଭିନ୍ନ ଜନ ସେବା କେନ୍ଦ୍ର ଏବଂ ଡାକଘରେ ପ୍ରବଳ ଭିଡ ଜମୁଛି । ଅସମ୍ଭାଳ ଭିଡ ପାଇଁ ଦଳାଚକଟାରେ ଲୋକେ ମଧ୍ୟ ଆହତ ହୋଇଛନ୍ତି ।

ଏପରିକି ମହିଳାମାନେ କାନ୍ଦୁଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି । ଦେଖନ୍ତୁ ଏହି ଦୃଶ୍ୟ । ଆଧାର ସଂଶୋଧିତ କରିବା ପାଇଁ କିପରି ଦହଗଞ୍ଜ ହେଉଛନ୍ତି ଲୋକେ l ତେବେ ଆଗୁଆ କାମ କରାଇ ନେବାପାଇଁ ଲୋକେ ଭୋକ ଉପାସରେ ରାତିରୁ ଲମ୍ବା ଧାଡିରେ ଅପେକ୍ଷା କରୁଛନ୍ତି ।

ତଥାପି ଆଧାର ସାଇଟରେ ହେଉଥିବା ଅସୁବିଧା ଯୋଗୁ ସନ୍ଧ୍ୟାରେ ନିରାଶ ହୋଇ ଘରକୁ ଫେରିଥିବା ଅଭିଯୋଗ ହୋଇଛି । ତେଣୁ ଏହି କାର୍ଯ୍ୟକୁ ସହଜ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଲୋକେ ।

Related Articles

Back to top button
WP Twitter Auto Publish Powered By : XYZScripts.com