ଓଡ଼ିଶା

ଆଧାର କାର୍ଡ ପାଇଁ ଆସିଲା ବଡ଼ ଖବର, କଣ ଜାଣନ୍ତୁ

ଭୁବନେଶ୍ୱର: ଏବେ ସରକାରୀ ସବୁ କାର୍ଯ୍ୟରେ ଆଧାର କାର୍ଡ ଆବଶ୍ୟକ ହୋଇଛି l ଯାହାକି ଆଧାର କାର୍ଡ ଅପ୍‌ଡେଟ୍‌ ଜରୁରୀ । ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ ଯଦି ଆଧାର ଅପଡେଟ୍‌ କରି ନାହାନ୍ତି ତେବେ ଏହାକୁ ତୁରନ୍ତ ଅପ୍‌ଡେଟ୍‌ କରିନିଅନ୍ତୁ ।

କାରଣ ଏଥିପାଇଁ ପରଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ । ମାଗଣାରେ ଆଧାର ଅପଡେଟ୍‌ ପାଇଁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ ବା ୟୁଆଇଡିଏଆଇ ପକ୍ଷରୁ ଚଳିତମାସ ୧୪ ତାରିଖ ପର୍ଯ୍ୟନ୍ତ ଅବଧି ରଖାଯାଇଛି । ନିର୍ଦ୍ଧାରିତ ସମୟ ସରିବା ପରେ ୟୁଆଇଡିଏଆଇ ପକ୍ଷରୁ ଆଧାର ଅପଡେଟ୍‌ କରିବା ପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ ବୁଧବାରଠାରୁ ସୁଭଦ୍ରା ଯୋଜନା ପାଇଁ ଅପଲୋଡ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍‌ ପାଇଁ ଭିଡ଼ ଜମାଉଛନ୍ତି । କେତେକ ସ୍ଥାନରେ ଏହାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । କେତେକ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ରହିଛି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କରି ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏ ଫର୍ମ ଗ୍ରହଣ ହେବ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତା’ ପରେ ବି ଯିଏ ଆବେଦନ କରିବେ ତାଙ୍କୁ ବି ପ୍ରଥମ କିସ୍ତି ମିଳିବ ।

୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ଟଙ୍କା ମିଳିବ। ତେବେ ଆଧାର ଅପଡେଟ୍ ପାଇଁ ଭୋଗରାଇ ଉପଡାକଘର ଆଗରେ ହିତାଧିକାରୀଙ୍କ ଲମ୍ବା ଲାଇନ୍ ଲାଗିଛି। ମହିଳା, ପୁରୁଷଙ୍କ ସମେତ ବୟସ୍କ ଓ ପିଲାମାନେ ମଧ୍ୟ ଟୋକନ୍ ପାଇଁ ଲାଇନରେ ଠିଆ ହେଉଥିବା ଦେଖିବାକୁ ମିଳିଛି ।

ଏପରିକି ଗତ ରାତିରୁ ଆସି ଲାଇନରେ ରହୁଛନ୍ତି ଲୋକ । ସୁଭଦ୍ରା ଯୋଜନାରେ ଯେତେବେଳେ ବି ଫର୍ମ ଦାଖଲ କରି ହେବ, ଏଥିପାଇଁ ଶେଷ ତାରିଖ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲ୍ ପରେ ବି ଶୁଣିବା ମୁଡରେ ନାହାନ୍ତି ହିତାଧିକାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com