ଓଡ଼ିଶା
ଆଧାର ସଂଶୋଧନ ପାଇଁ ରାତିରୁ ଜନ ସେବା ଓ ଡାକଘର ଗୁଡିକରେ ଲମ୍ବା ଲାଇନ୍
![](https://i0.wp.com/odia.mobilenews24x7.com/wp-content/uploads/2024/09/Screenshot-2024-09-05-120104.png?resize=780%2C470&ssl=1)
ବାଲେଶ୍ୱର(ସୋର): ରାଜ୍ୟରେ ବିଜେପି ସରକାର ଗଠନ ପରେ ସୁଭଦ୍ରା ନାମକ ଏକ ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି l ଏହି ଯୋଜନାରେ ଆଧାର ସଂଶୋଧନ ଏକ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିଛି l
ତେଣୁ ସୋର ସହରରେ ବିଭିନ୍ନ ଜନ ସେବା କେନ୍ଦ୍ର ଓ ଡାକଘର ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। କିଏ ମୋବାଇଲ ନମ୍ବର ଲିଙ୍କ ତ ପୁଣି ଆଉ କିଏ ବାଇଓ ମେଟ୍ରିକ୍ । ଏହି ବାବଦରେ ମଧ୍ୟ ଜନ ସେବା କେନ୍ଦ୍ରର ମାଲିକ ମାନେ ମାଲା ମାଲ ହେଉଥିବା କଥା କିଛି ଗ୍ରାହକ ଅଭିଯୋଗ କରିଛନ୍ତି ।
ବୋଝ ଉପରେ ନଳିତା ବିଡା ପରି ଲୋକ ମାନେ ଭୋକ ଉପାସରେ ପଡ଼ି ରାତିରୁ ଲମ୍ବା ଲାଇନରେ ଅପେକ୍ଷା କରି ମଧ୍ୟ ଆଧାର ସାଇଟ୍ ଅସୁବିଧାରେ ସମ୍ମୁଖୀନ ହେଇ ସନ୍ଧ୍ୟାରେ ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି।