ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଶ୍ରୀମନ୍ଦିର ଦାରୁରେ ତିଆରି ହୋଇନାହାନ୍ତି ଦୀଘା ଜଗନ୍ନାଥ ମନ୍ଦିରର ମୂର୍ତ୍ତି : ଆଇନ ମନ୍ତ୍ରୀ

ଭୁବନେଶ୍ବର :  ପୁରୀ ଶ୍ରୀମନ୍ଦିରରୁ ବଳକା ଦାରୁ ଯାଇନାହିଁ । ବଳକା ଦାରୁରେ ମୂର୍ତ୍ତି ନିର୍ମାଣ କଥା ମିଛ । ବଳକା ଦାରୁରେ ଅଢ଼େଇ ଫୁଟ ମୂର୍ତ୍ତି ନିର୍ମାଣ ଅସମ୍ଭବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି । ଲୋକସେବା ଭବନରେ ସୋମବାର ଦୀଘା ମନ୍ଦିର ‘ଦାରୁ’ ବିବାଦକୁ ନେଇ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ମନ୍ତ୍ରୀ କହିଛନ୍ତି ବଳକା ଦାରୁରେ ମୂର୍ତ୍ତି ନିର୍ମାଣ କଥା ସମ୍ପୂର୍ଣ୍ଣ ମିଛ । ଯାହା ବଳକା କାଠ ଅଛି ଦାରୁ ଘରେ ଅଛି । ଆଉ ଯାହା ଦଇତାପତି ନିଯୋଗ ପାଖରେ ଅଛି ତାହା ଦାରୁ ଘରକୁ ଅଣାଯିବ। ସବୁ କାଠକୁ ଗଣତି କରାଯାଇ ଦାରୁ ଘରେ ରଖାଯିବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।

ଭୁବନେଶ୍ବରରେ ସୁଦର୍ଶନ ମହାରଣା ନିମ୍ବ କାଠରେ ତିଆରି କରିଥିବା ମୂର୍ତ୍ତିମାନଙ୍କୁ ଦୀଘା ନେଇଥିଲେ ରାମକୃଷ୍ଣ ଦାସ ମହାପାତ୍ର। ତେବେ ବିବାଦୀୟ ମନ୍ତବ୍ୟ ପାଇଁ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ମଗାଯାଇଛି। ଜବାବ ଆସିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକ୍ଷେପ ନେବେ ବୋଲି ଆଇନ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ରାମକୃଷ୍ଣ ଦାସ ମହାପାତ୍ର କ’ଣ ଜବାବ ଦେଉଛନ୍ତି ତାହା ଦେଖିବାର କଥା ।

Related Articles

Back to top button
WP Twitter Auto Publish Powered By : XYZScripts.com