Featuredଜାତୀୟମନୋରଞ୍ଜନ

୩ ମିନିଟର ଆଇଟମ୍ ଡ୍ୟାନ୍ସ ପାଇଁ ଉର୍ବଶୀ ନେଇଛନ୍ତି ଏତେ ଟଙ୍କା !

ଭୁବନେଶ୍ୱର: ଆଜିକାଲି ଉର୍ବଶୀ ରାଉତେଲା ତେଲୁଗୁ ଚଳଚ୍ଚିତ୍ର waltair veerayya ତାଙ୍କ ଆଇଟମ୍ ଡ୍ୟାନ୍ସ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି। ଉର୍ବଶୀଙ୍କ ସେହି ଆଇଟମ୍ ଡ୍ୟାନ୍ସ ପାଇଁ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ଆଇଟମ୍ ଡ୍ୟାନ୍ସ ପାଇଁ ତାଙ୍କ ଫି ସାମ୍ନାକୁ ଆସିଛି ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଉର୍ବଶୀ ଏହି ତିନି ମିନିଟର ଆଇଟମ୍ ଡ୍ୟାନ୍ସ ପାଇଁ ଦୁଇ କୋଟି ଟଙ୍କା ନେଇଛନ୍ତି। ଏପରିକି ଚିରଞ୍ଜୀବୀଙ୍କ ସାମ୍ନାରେ ମୁଖ୍ୟ ଭିଲେନ୍ ହୋଇଥିବା ପ୍ରକାଶ ରାଜଙ୍କୁ ମଧ୍ୟ ଫିଲ୍ମରେ ଏଭଳି ଫି ମିଳି ନାହିଁ। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୧.୫ କୋଟି ଟଙ୍କା ମିଳିଛି।

ଉର୍ବଶୀ ଏବଂ ଚିରଞ୍ଜୀବୀଙ୍କ ଉପରେ ଚିତ୍ରିତ ଏହି ଆଇଟମ୍ ଡ୍ୟାନ୍ସ ବହୁତ ପ୍ରଶଂସା ପାଇବାରେ ଲାଗିଛି।ଏହି ଚଳଚ୍ଚିତ୍ର ତେଲୁଗୁ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା ଏବଂ ଫିଲ୍ମଟି ୧୦ ଦିନ ମଧ୍ୟରେ ୨୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।

ସୂଚନାଯୋଗ୍ୟ ଯେ ଉର୍ବଶୀ ଫିଲ୍ମର ପ୍ରମୋଶନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ଚିରଞ୍ଜୀବୀ ତାଙ୍କୁ ଫିଲ୍ମର ସଫଳତା ପାଇଁ ଶ୍ରେୟ ଦେଇଛନ୍ତି। ଚଳିତ ବର୍ଷ ଉର୍ବଶୀଙ୍କୁ ୱେବ୍ ସିରିଜ୍ ଇନ୍ସପେକ୍ଟର ଅବିନାଶରେ ରଣଦୀପ ହୁଡାଙ୍କ ସହ ବଲିଉଡରେ ଦେଖିବାକୁ ମିଳିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com