ଜାତୀୟରାଜନୀତି

ଆଗରୁ ଥିଲା ମନାନ୍ତର-ଏବେ ସଫେଇ ଦେଲେ ରାହୁଲ କନୱାଲ! ଦେଖନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ରାହୁଲ କନୱାଲ । ଇଣ୍ଡିଆ ଟୁଡେ ଟିଭିର ନିର୍ଦ୍ଦେଶକ । ଏହାସହ ଜଣେ ଉପସ୍ଥାପକ । ନିଜର ଡିବେଟ ସୋ ନୁ୍ୟଜଟ୍ରାକରେ ଅତିଥିଙ୍କୁ ରୋକଠୋକ ପ୍ରଶ୍ନ ପଚାରି ସେ ସାଉଁଟିଛନ୍ତି ଲୋକପ୍ରିୟତା ।

ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଉପରେ କରିଛନ୍ତି ଅନେକ ବିତର୍କ । ଯାହାଫଳରେ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡିଛି । ଏପରିକି ରାହୁଲଙ୍କ ସୋ କୁ ବୟକଟ ମଧ୍ୟ କରିଥିଲା କଂଗ୍ରେସ । ତାଙ୍କର ଡିବେଟ କାର୍ଯ୍ୟକ୍ରମରେ କୌଣସି କଂଗ୍ରେସ ମୁଖପାତ୍ର ଯୋଗ ନଦେବାକୁ ନେଇଥିଲା ନିଷ୍ପତି ।

ଏହାରି ଭିତରେ ଏବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଏଆଇସିସି ମିଡିଆ ସେଲର ଜେନେରାଲ ସେକ୍ରେଟାରୀ ଓ କମୁନିକେସନର ଚେୟାରମ୍ୟାନଙ୍କୁ ଭେଟିଛନ୍ତି ରାହୁଲ କନୱାଲ । ଆଉ ଏହାପରେ ଏବେ ବଦଳି ଯାଇଛି କଂଗ୍ରେସର ଆଭିମୁଖ୍ୟ । ଡିବେଟ୍ ସୋରେ ଭାଗ ନେବାକୁ ନେଇଛି ନିଷ୍ପତି ।

ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ ମନେପକାଇ ଦେଉଛୁ ଯେ, ଗତ ଜୁଲାଇ ମାସରେ ରାହୁଲ କନୱାଲ ତାଙ୍କ ସୋ ନ୍ୟୁଜଟ୍ରାକରେ ଏକ ବିତର୍କ କରିଥିଲେ । ଯେଉଁଥିରେ ସ୍ୱର୍ଗତ ରାଜୀବ ଗାନ୍ଧି ଓ ଇନ୍ଦିରା ଗାନ୍ଧିଙ୍କ ଉପରେ ହୋଇଥିଲା ଡିବେଟ । ପରଦିନ ଅମିତ ମାଲବିୟଙ୍କୁ ଟ୍ୟାଗ କରି ଏହା ଉପରେ ଟ୍ୱିଟ କରିଥିଲେ ରାହୁଲ । ଆଉ ତାପରେ ବଏକଟ ନେଇ ଘୋଷଣା କରିଥିଲା କଂଗ୍ରେସ ।

ହେଲେ ଏବେ କଂଗ୍ରେସକୁ ଭେଟି ସଫେଇ ଦେଇଛନ୍ତି ରାହୁଲ କନୱାଲ । ଏହି ମନ୍ତବ୍ୟ ହେଉଛି ସୋରେ ସାମିଲ ହୋଇଥିବା ଅତିଥିଙ୍କ, ତାଙ୍କର ନିଜସ୍ୱ ନୁହେଁ ବୋଲି ସେ କହିଥିଲେ । ଏହାପରେ କଂଗ୍ରେସ କଟକଣା ଉଠାଇଥିବା ଜଣାପଡିଛି । ଏନେଇ ଟ୍ୱିଟ କରିଛନ୍ତି କହିଛନ୍ତି କଂଗ୍ରେସ ନେତା ପୱନ ଖେରା । ତେଣୁ ଏବେ ମନାନ୍ତର ହଟିଯାଇଛି ଏବଂ କଂଗ୍ରେସ ଓ ଇଣ୍ଡିଆ ଟୁଡେ କୋଳାକୋଳି ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com