ଓଡ଼ିଶା

କୋଲ୍, ମାଇନିଂ ପରେ ଏବେ ପୋର୍ଟ ଉପରେ ଆଦାନୀଙ୍କ ଆଖି । ଚର୍ଚ୍ଚା ସବୁ ନେଇଯିବେ!

ଭୁବନେଶ୍ୱର: ଆଦାନୀଙ୍କ ହାତକୁ ଯାଉଛି ଓଡିଶାର ଗୋଟିଏ ପରେ ଗୋଟିଏ ମୁଲ୍ୟବାନ ସଂପଦ । କୋଲ୍, ମାଇନିଂ ପରେ ଏବେ ପୋର୍ଟ ଉପରେ ନଜର । ଧାମରା ପରେ ଏବେ ଗୋପାଳପୁର ବନ୍ଦରକୁ କବଜା କରିଛନ୍ତି । ଅର୍ଥାତ ଆଦାନୀଙ୍କ ହାତକୁ ଯାଇଛି ଗୋପାଳପୁର ବନ୍ଦର ।

ବନ୍ଦରର ୯୫% ଅଂଶଧନ ହାସଲ କରିଛି ଆଦାନୀ ଗ୍ରୁପ । ଆଉ ବାକି ୫% ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିଛି । ରାଜ୍ୟ କ୍ୟାବିନେଟରେ ଏହି ୯୫%:୫% ଅଂଶଧନ ଚୁକ୍ତିନାମାକୁ ମଞ୍ଜୁରୀ ମିଳିଛି । ତେବେ ଗୋପାଳପୁର ପୋର୍ଟସ ଲିମିଟେଡ ତାହାର ୯୫ % ସେୟାର ଆଦାନୀ ପୋର୍ଟ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ(ଇଚଝଋତ) କୁ ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡିଥିଲା ।

ଯାହା ପୂର୍ବରୁ ସାପୋର୍ଜି ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିମିଟେଡ ପାଖରେ ୫୬% ପ୍ରତିଶତ ଥିବା ବେଳେ ଓଡିଶା ଷ୍ଟିଭେଡର୍ସ ଲିମିଟେଡ ପାଖରେ ୩୯% ରହିଥିଲା । କିନ୍ତୁ ଏବେ ଭାରତର ସବୁଠୁ ବଡ଼ ପ୍ରାଇଭେଟ ପୋର୍ଟ ସଞ୍ଚାଳକ ଆଦାନୀ ପୋର୍ଟ ଗୋପାଳପୁର ବନ୍ଦରର ସେୟାର କିଣିବା ପାଇଁ ୧୩୪୯କୋଟ ଟଙ୍କା ଖର୍ଚ୍ଚ କରିଛି ।

ଆଦାନୀ ଗ୍ରୁପ୍‌ ପାଖକୁ ଏହି ଅଂଶଧନ ଯିବା ଦ୍ୱାରା ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ । ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ । ଯେଉଁଥିରେ ରାଜସ୍ବ ବୃଦ୍ଧି ଓ ଗୋପାଳପୁର ବନ୍ଦରର ବିକାଶକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଉପରେ ମୋହର ମାରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com