ଓଡ଼ିଶା

ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍, ମୁଁ କିଛି ଭୁଲ୍ କରିନି: ସୁର

ଭୁବନେଶ୍ବର() ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସର ବିଧାୟକ ସୁରେଶ ରାଉତରାୟଙ୍କୁ ବୁଧବାର କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନୋଟିସ୍ ଜାରି କରିଛନ୍ତି । ସୁରଙ୍କ ମନ୍ତବ୍ୟ ପାଇଁ ଦଳର ଭାବମୂର୍ତ୍ତି ନଷ୍ଟ ହେଉଛି ଓ ଦଳ ସମାଲୋଚିତ ହେଉଛି । ବରିଷ୍ଠ ନେତା ହୋଇ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ, ସେନେଇ ସ୍ପଷ୍ଟୀକରଣ ଦେବାକୁ ନିରଞ୍ଜନ ସୁରଙ୍କୁ ନୋଟିସ୍ କରିଛନ୍ତି ।

ସେପଟେ ନୋଟିସ୍ ପାଇବା ପରେ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ କୌଣସି ଭୁଲ୍ କରି ନାହିଁ କିମ୍ବା କୌଣସି ଦଳ ବିରୋଧୀ ମନ୍ତବ୍ୟ ଦେଇ ନାହିଁ ତେଣୁ ନୋଟିସ୍ ଜବାବ ମଧ୍ୟ ଦେବି ନାହିଁ । ଯଦି ମୋ ମନ୍ତବ୍ୟ ଦ୍ବାରା ଦଳର କିଛି ହାନୀ ହେଉଛି ତାହାଲେ ମୁଁ ମନ୍ତବ୍ୟ ପ୍ରତ୍ୟାହାର କରି ନେବି । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଏବେ ଓଡ଼ିଶାରେ । ଦଳର ଅନ୍ତକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏଭଳି ସ୍ଥିତିରେ ସୁର ଓ ନିରଞ୍ଜନ ଏଭଳି ତୁ ତୁ ମେଁ ମେଁ କଂଗ୍ରେସ ରାଜନୀତିକୁ ରୋଚକ ସ୍ଥିତିରେ ପହଞ୍ଚାଇଛି । ଗତ କିଛି ଦିନ ତଳେ ସୁର ମନ୍ତବ୍ୟ ଦେଇ ରାଜ୍ୟ ପିସିସି ସଭାପତି ନିଯୁକ୍ତି ନବୀନଙ୍କ ଇଙ୍ଗିତରେ ହୋଇଥାଏ ବୋଲି କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com