ଜାତୀୟରାଜନୀତି

ଆମେରିକାରେ ନୈଶଭୋଜି! ରାହୁଲ ଗାନ୍ଧିଙ୍କ ସହ ଡିକେ ଓ ତାଙ୍କ ପତ୍ନୀ । ବଢିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ଆମେରିକାରେ ରାହୁଲ ଗାନ୍ଧି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ବିରୋଧୀ ଦଳ ନେତା । ଆଉ ଏହି ସମୟରେ ତାଙ୍କ ବୟାନ ହିଁ ଦେଶରେ ପାଲଟୁଛି ମୁଦ୍ଦା । ଏତିକି ବେଳେ ଏକ ନୈଶଭୋଜିରେ ରାହୁଲ ଗାନ୍ଧି ସାମିଲ ହୋଇଥିବା ଚର୍ଚ୍ଚା ।

କାରଣ ରାହୁଲଙ୍କୁ ଭେଟିଛନ୍ତି କର୍ଣ୍ଣାଟକ ଡେପୁଟି ସିଏମ ଡିକେ ଶିବକୁମାର ଓ ତାଙ୍କ ପତ୍ନୀ । ଏହାର ଫଟୋ ବି ସୋସିଆଲ ସାଇଟରେ ସେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ୱଶିଂଟନ ଡିସିରେ ସ୍ତ୍ରୀ ଉଷାଙ୍କ ସହ ଅଦ୍ଭୁତପୂର୍ବ ସାକ୍ଷାତ ହୋଇଛି । ଯାହାର ଇଏ କିଛି ଅଂଶ ଅଟେ । ଏହାସହ କିଛି ଫଟୋ ବି ସେୟାର କରିଛନ୍ତି ।

ଯାହାକୁ ନେଇ ଦେଶ ଓ ରାଜନୀତି ସରଗରମ ହୋଇଛି । କୁହାଯାଉଛି ରାଜ୍ୟରେ ଏବେ ବଦଳି ପାରନ୍ତି ମୁଖ୍ୟମନ୍ତ୍ରୀ । ଏକ ଘୋଟାଲାରେ ସେ ଘେରି ହୋଇଥବାରୁ ଟଳମଳ ହେଉଛି ସିଦ୍ଧରମେୟାଙ୍କ ଆସନ । ଆଉ ଏହାରି ଭିତରେ ରାହୁଲଙ୍କୁ ଡେପୁଟି ସିଏମ ଡିକେ ଶିବକୁମାର ଭେଟିବା ନେଇ ଚର୍ଚ୍ଚା ଆହୁରି ବଢି ଯାଇଛି ।

ଅନ୍ୟପଟେ ଏହି ସାକ୍ଷାତକାର ଏକ ସାଧାରଣ ଭେଟଘାଟ ବୋଲି ଅନେକ ମତ ପ୍ରକାଶ କରିଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com