ଓଡ଼ିଶା

ଝିଅଙ୍କୁ ଗୁରୁତ୍ୱ ଦେଲେ ମୋହନ-ଏଥର ମିଳିବ ଏହି ସୁବିଧା-ଦେଖନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏଥର ଝିଅମାନଙ୍କୁ ଗୁରୁତ୍ୱ ଦେଇଛନ୍ତି ମୋହନ ମାଝି । ଫଳରେ ଆଉ କାନ୍ଦିବେନି ଅବିବାହିତ ଝିଅ । ରାଜ୍ୟ କ୍ୟାବିନେଟ ବୈଠକ ଶେଷ ପରେ ଏମିତି କିଛି ଘୋଷଣା କରାଯାଇଛି । ଏଥିରେ ୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି । ଅର୍ଥାତ ବାପାଙ୍କ ଅନ୍ତେ ଝିଅଙ୍କୁ ମିଳିବ ସୁବିଧା । ସରକାରୀ ଚାକିରିରେ କାର୍ୟ୍ୟରତ ଥିବା ବେଳେ ବାପାଙ୍କ ମୃତ୍ୟୁ ହେଲେ ତାଙ୍କ ଅନ୍ତେ ତାଙ୍କ ଝିଅ ଏହି ଚାକିରିରେ ଥଇଥାନ ହୋଇପାରିବେ ।

ଝିଅ ବିବାହିତ ହୁଅନ୍ତୁ କି ଅବିବାହିତ କି ସାବତ ଝିଅ ତାଙ୍କୁ ବାପା/ମାଙ୍କ ଚାକିରିରେ ନିଯୁକ୍ତି କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଥଇଥାନ ଯୋଜନାରେ ଏମାନଙ୍କୁ ମିଳିବ ଚାକିରି ।

ତେବେ ପୂର୍ବରୁ ସରକାରୀ କର୍ମଚାରୀଙ୍କ କାର୍ୟ୍ୟରତ ସମୟରେ ବିୟୋଗ ପରେ କେବଳ ତାଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ଓ ତାଙ୍କର ପୁଅକୁ ହିଁ ଉକ୍ତ ଚାକିରିରେ ସୁଯୋଗ ମିଳୁଥିଲା । ହେଲେ ଏବେ ଝିଅମାନଙ୍କୁ ମଧ୍ୟ ଏଥିରେ ଥଇଥାନ କରିବାର ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ ।

ତେବେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com