ଓଡ଼ିଶା

ଶ୍ରୀମନ୍ଦିର ସୁରକ୍ଷାରେ ଢିଲା । କେମିତି ଚଢିଲେ ବୃଦ୍ଧ ଉଠିଲା ପ୍ରଶ୍ନ ?

ପୁରୀ: ସବୁଦିନ ଭଳି ରହିଥିଲା ଭକ୍ତଙ୍କ ଗହଳି । ଚାଲିଥିଲା ଠାକୁରଙ୍କ ଦର୍ଶନ । ଆଉ ଏହି ସମୟରେ ଶ୍ରୀମନ୍ଦିର ଦଧୀନଉତି ଉପରକୁ ଚଢିଯାଇଥିଲେ ଜଣେ ବୃଦ୍ଧ । ଦେଖୁ ଦେଖୁ ସେହି ବ୍ୟକ୍ତି ନୀଳଚକ୍ର ପର୍ଯ୍ୟନ୍ତ ଉଠିଯାଇଥିଲେ ।

ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହେବାପରେ ସମସ୍ତଙ୍କ ନଜର ସେହି ବୃଦ୍ଧଙ୍କ ଉପରେ ରହିଥିଲା । ସଙ୍ଗେ ସଙ୍ଗେ ଚୁନରା ସେବକ ଏବଂ ମନ୍ଦିର ପ୍ରଶାସନ ସହ ପୋଲିସକୁ ଖବର ଦିଆଯାଇଥିଲା । ତେବେ କିଛି ସମୟ ମଧ୍ୟରେ ସେହି ବୃଦ୍ଧ ନିଜେ ନିଜେ ପୁଣି ତଳକୁ ଓହ୍ଲାଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା ।

ତାଙ୍କ ନାଁ ବଳରାମ ମହାରଣା ଏବଂ ଘର ଗଞ୍ଜାମ ଛତ୍ରପୁର ବୋଲି ଜଣାପଡିଛି । ସେହିପରି ମାନସିକ ପୂରଣ ପାଇଁ ମନ୍ଦିର ଉପରକୁ ଚଢିଥବା ବୃଦ୍ଧ ଜଣଙ୍କ କହିଛନ୍ତି । ପୂର୍ବରୁ ଦିନରେ ସେ ଚଢିବାକୁ ଚେଷ୍ଟା କରିଥିବା ସମୟରେ ତାଙ୍କୁ କିଛି ଲୋକ ଅଟକାଇଥିଲେ ।

ମନ୍ଦିର ଉପରକୁ ଚଢିବପାଇଁ ସେ ୨,୩ ଦିନ ଧରି ଚୂନରା ସେବକଙ୍କୁ ଅନୁଧ୍ୟାନ କରିବା ପରେ ବୁଧବାର ରାତିରେ ପଶ୍ଚିମ ଦ୍ୱାର ପଟେ ଚଢିଯାଇଥିଲେ । ପୋଲିସ୍ ଏନେଇ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ସେପଟେ ପୁରୀ ପୋଲିସର ପାରିବା ପଣିଆ ଉପରେ ସୃଷ୍ଟିହୋଇଛି ପ୍ରଶ୍ନବାଚୀ । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପୁରା ଢିଲା ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com