ଓଡ଼ିଶା

ବିଧାନସଭାରେ ପ୍ରଶ୍ନ କଲେ ବିରୋଧୀ । ଫ୍ରି ବିଦୁ୍ୟତ ନେଇ ବଡ ସୂଚନା ଦେଲେ ମନ୍ତ୍ରୀ ।

ଭୁବନେଶ୍ୱର: ଆଉ ମିଳିବନି ମାଗଣା ବିଜୁଳି । ଫେଲ ହେଲା ରାଜ୍ୟ ସରକାରଙ୍କ ୩୦୦ୟୁନିଟ ମାଗଣା ବିଦୁ୍ୟତ ପ୍ରତିଶୃତି। ଏଭଳି କିଛି ସଂକେତ ଦେଇସାରିଛନ୍ତି ସରକାର । ବୁଧବାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।

ସେ କହିଛନ୍ତି ଯେ, ସୁଇଚ ଅଫ ନ କଲେ ବିଲ ଅଧିକ ଆସିବ । ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ । କୌଣସି ସେବାକୁ ମାଗଣାରେ ଆଶା ରଖନ୍ତୁ ନାହିଁ । ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ମେସେଜ ଦିଆଯାଉଛି । ଅନେକ ସମୟରେ ସୁଇଚ ଅଫ କେହି କରୁନାହାଁନ୍ତି । ଶୁଣନ୍ତୁ ଗୃହରେ କଣ କହିଛନ୍ତି କେଭି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ଖର୍ଚ୍ଚ ହୋଇଥିବା ବିଦ୍ୟୁତ୍ ପାଇଁ ଦେୟ ଦେବାକୁ ପଡିବ । ସେବାଗୁଡିକୁ ମାଗଣା ଯୋଗାଇ ଦିଆଯାଇପାରିବ ନାହିଁ । ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣା ବିଦ୍ୟୁତ୍ ଆଶା କରନ୍ତୁ ନାହିଁ ।” କିନ୍ତୁ ପ୍ରଧାନମନ୍ତ୍ରୀ ସୂର୍ୟ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ ବିଦ୍ୟୁତ ମାଗଣା ମିଳିବ । ପିଏମ ସୂର୍ୟ୍ୟ ଘର ମାଗଣା ବଦ୍ୟୁତ ଯୋଜନାର ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ପଞ୍ଜୀକରଣ କରିବା ପରେ ସୋଲାର ରୁଫଟପ ସ୍ଥାପନ କରିବାକୁ ପଡ଼ିବ ।

ଏହି ଯୋଜନା ଅନ୍ତର୍ଗତ ସୋଲାର ରୁଫଟପ ପ୍ଲାଣ୍ଟ ସ୍ଥାପନ ପାଇଁ ୪୫ ହଜାରରୁ ୧.୮ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସବସିଡି ପ୍ରଦାନ କରାଯିବ । ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଆପଣଙ୍କୁ ୧.୮ ଲକ୍ଷ ଟଙ୍କା ସରକାର ଦେବେ ବୋଲି କହିଛନ୍ତି ମନ୍ତ୍ରୀ । ଏଠାରେ କହିରଖୁଛୁ ଯେ, ବିଧାନସଭାରେ ଉଠିଥିଲା ମାଗଣା ବିଜୁଳି ପ୍ରସଙ୍ଗ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଅଶୋକ ଦାସ . ଯାହାର ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନବର୍ଦ୍ଧନ ସିଂହଦେଓ ।

Related Articles

Back to top button
WP Twitter Auto Publish Powered By : XYZScripts.com