ଦ୍ୱିତୀୟ ସ୍ତ୍ରୀଙ୍କୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହେଲେ ମନୋଜ ମିଶ୍ର, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ଦ୍ୱିତୀୟ ବିବାହ କରିଛନ୍ତି ଅଭିନେତା ମନୋଜ ମିଶ୍ର l ତେବେ ସାମ୍ବିଧାନିକ ନିୟମ ଅନୁଯାଇ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ପରେ ମନୋଜ ମିଶ୍ର ଦ୍ୱିତୀୟ ବିବାହ କରିଛନ୍ତି l ଏହାରି ମଧ୍ୟରେ ମନୋଜ ମିଶ୍ର ଏବଂ ଅଭିନେତ୍ରୀ ମମତା ନନ୍ଦ ସାମାଜିକ ଗଣମାଧ୍ୟମରେ ଦିନକୁ ଦିନ ଟ୍ରୋଲ ହେବା ଦେଖାଦେଇଛି l
ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ କିଛି ୟୁଟ୍ୟୁବର ଓ ୱେବ୍ ଚ୍ୟାନେଲ ମାଲିକଙ୍କ ବିରୋଧରେ ଗୁରୁବାର ଏଫ୍ଆଇଆର ଦାଖଲ କରିଛନ୍ତି । ସେମାନଙ୍କ ବୈବାହିକ ଜୀବନକୁ ନେଇ ସୋସିଆଲ୍ ମିଡିଆରେ ସମ୍ମାନହାନି କରିବା ଭଳି ମନ୍ତବ୍ୟ ଏବଂ ଭିଡିଓ ପୋଷ୍ଟ କରୁଥିବାରୁ ଉକ୍ତ ଚ୍ୟାନେଲଗୁଡିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି ।
ଅଭିନେତାଙ୍କ ଅଭିଯୋଗ ଆଧାରରେ ସାଇବର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଚ୍ୟାନେଲଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି । ତେବେ ଗ୍ଲାମର ସେଲିବ୍ରେଟିଙ୍କ ଅଭିଯୋଗକୁ ସାଇବର ପୁଲିସ କେବେ ନ୍ୟାୟ ଦେବେ ସେହି ସମୟକୁ ଅପେକ୍ଷା l