ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଆସନ୍ତାକାଲି ୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ: ରବିବାର ଅର୍ଥାତ୍‌ ଆସନ୍ତାକାଲି ହେଉଛି ପବିତ୍ର ଭାଦ୍ରବ ଶୁକ୍ଳପକ୍ଷର ଶ୍ରବଣା ଦ୍ୱାଦଶୀ । ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ପରେ ବାମନ ଜନ୍ମ ନୀତିକାନ୍ତି ଆରମ୍ଭ ହେବ। ଏଥିପାଇଁ ଅପରାହ୍ନ ୫ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ଏହି ତିଥିର ମାହାତ୍ମ୍ୟ ହେଉଛି ଶ୍ରୀଦିବ୍ୟସିଂହ ଦେବ ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ, ସୁନିଆଁ, ଶକ୍ରଧ୍ୱଜ ଉତ୍‌ଥାପନ, ଇନ୍ଦ୍ରଧ୍ୱଜ ପୂଜା, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ବୈଷ୍ଣବସମ୍ମତ ବିଜୟା ଏକାଦଶୀ ଉପବାସ । ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com